You are currently viewing ‘ତାରା ତାରିଣୀ କଲେଜ ରେ ପ୍ରଥମ ଥର କରି ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରାଯିବ’, ତାହା ଉପରେ ଭାନିକ ଆଇଏସର ଏକ କର୍ମଶାଳା ଅନୁଷ୍ଠିତ।
‘ତାରା ତାରିଣୀ କଲେଜ ରେ ପ୍ରଥମ ଥର କରି ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରାଯିବ’, ତାହା ଉପରେ ଭାନିକ ଆଇଏସର ଏକ କର୍ମଶାଳା ଅନୁଷ୍ଠିତ।

ପୁରୁଷୋତ୍ତମପୁର , ୧୯/୦୨ – ( ପ୍ରସନ୍ନ କୁମାର ଦାସ ) -:- ଭାନିକ୍ ଆଇ ଏସ ଅନୁଷ୍ଠାନ ସହଯୋଗ ରେ ତାରା ତାରିଣୀ ମହାବିଦ୍ୟାଳୟର ଅଡିଟୋରିୟମରେ ଆଜି ଅପରାହ୍ନ ୧ ଘଟିକା ସମୟରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସିମାଞ୍ଚଳ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ
ଓ କ୍ୟାରିୟର କାଉନସେଲିଂର କନଭେନର(ଆବାହକ) ତଥା ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ସମୀର କୁମାର ମିଶ୍ର ଏହାକୁ ସୁବ୍ୟବସ୍ଥିତଭାବେ ସଂଯୋଜନା କରିଥିଲେ ।
ଏଥିରେ ମୁଖ୍ୟ ପ୍ରବକ୍ତା ବ୍ୟକ୍ତି ଭାନିକ୍ ଶିକ୍ଷା ଅନୁଷ୍ଠାନ ର ବରିଷ୍ଠ ଅଧ୍ୟାପକ ଶ୍ରୀ ବିଜୟ ରାମ ଛାତ୍ର-ଛାତ୍ରୀ ମାନଙ୍କୁ ଓଡିଶା ଓ ଭାରତୀୟ ପ୍ରଶାସନିକ ସେବା ନିମିତ୍ତ କିପରି ପ୍ରସ୍ତୁତି କରାଯିବ, ତାହା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଅନ୍ୟାନ୍ୟ ସରକାରୀ ପ୍ରତିଦ୍ୱନ୍ଦିତାମୂଳକ ନିଯୁକ୍ତି ବିଷୟରେ ଅବଗତ କରାଇଥିଲେ ।


ଭାନିକ୍ ଶିକ୍ଷା ଅନୁଷ୍ଠାନ ବ୍ରହ୍ମପୁର ଶାଖାର ମାର୍କେଟିଂ ମ୍ୟାନେଜର ଶ୍ରୀ ଅବିନାସ୍ ପଣ୍ଡା ମଧ୍ୟ ସିଭିଲ ସର୍ଭିସ୍ ରେ କ୍ଯାରିଆର ଗଠନ ଉପରେ ଛାତ୍ର-ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।
କ୍ୟାରିୟର କାଉନସେଲିଂର କନଭେନର୍ ଶ୍ରୀ ସମୀର କୁମାର ମିଶ୍ର ଓଡିଶା ପ୍ରଶାସନିକ ସେବା ଓ ଭାରତୀୟ ପ୍ରଶାନୟକ ସେବା ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷାର ଶବିଶେଷ ପାଠ୍ୟଖସଡ଼ା ଓ ଏହି ସମ୍ମାନଜନକ ପରୀକ୍ଷାର ରଣନୀତି ଉପରେ ଆଲୋକପାତ କରିଥିଲେ ।
ଉକ୍ତ ପାଠଚକ୍ରରେ ୨୦୦ ରୁ ଉର୍ଦ୍ଧ୍ଵ ଛାତ୍ର-ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷା ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଗାୟତ୍ରୀ ଦାସ, ଇଂରାଜୀ ବିଭାଗର ଅଧ୍ୟାପିକା ଡକ୍ଟର ମୋନାଲିସା ମିଶ୍ର , ଇତିହାସ ବିଭାଗର ଅଧ୍ୟାପିକ ଶ୍ରୀମତୀ ବନିତା ଖଟେଇ ଏବଂ ମନୋବିଜ୍ଞାନର ଡେମୋନଷ୍ଟ୍ରେଟର ଶ୍ରୀମତୀ ସୁଜାତା ଦାସ ଉପସ୍ଥିତ ରହି ଛାତ୍ର-ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।


କନଭେନର୍ ଶ୍ରୀ ସମୀର କୁମାର ମିଶ୍ର ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ବିସ୍ତୃତ ସିଲାବସ୍ ଏବଂ ଏହି ସମ୍ମାନଜନକ ପରୀକ୍ଷା ପାଇଁ ରଣନୀତି ଵିଷୟରେ ଛାତ୍ର-ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ | ପରିଶେଷରେ ଶ୍ରୀ ଅବିନାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।