You are currently viewing ସ୍କୁଲ ଫାଟକରୁ ନିରାଶରେ ଫେରିଲେ ଶିକ୍ଷାର୍ଥୀ, ବିଦ୍ୟାଳୟରେ ତାଲା ଠୁଙ୍କି ଧାରଣାରେ ଶିକ୍ଷକ।
ସ୍କୁଲ ଫାଟକରୁ ନିରାଶରେ ଫେରିଲେ ଶିକ୍ଷାର୍ଥୀ, ବିଦ୍ୟାଳୟରେ ତାଲା ଠୁଙ୍କି ଧାରଣାରେ ଶିକ୍ଷକ।

ସାନଖେମୁଣ୍ଡି ୧୪/୯: (ବିନାୟକ ଦାଶ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନ କ୍ରମେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ର କ୍ୟାରିଅର ଆଡ଼ଭାନ୍ସମେଣ୍ଟ ପଲିସି ଲାଗୁ ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଗଣଶିକ୍ଷକଙ୍କ ଏକ୍ସ କ୍ୟାଡ଼ର ହଟାଇବା ପୁରୁଣା ପେନସନ ପଲିସି ଲାଗୁ କରିବା ୬ବର୍ଷର ଠିକା ଚାକିରିକାକକୁ ମୂଳ ଚାକିରିରେ ଗଣନା କରିବା ସମେତ ବିଭିନ୍ନ ମୌଳିକ ଦାବି ନେଇ ଶିକ୍ଷକ ମାନେ ବାରମ୍ବାର ଆନ୍ଦୋଳନରେ ଅବତୀର୍ଣ୍ଣ ହେଉଥିବା ସ୍ଥଳେ ସମ୍ପ୍ରତି ଶିକ୍ଷକଙ୍କ ସାମୂହିକ ଛୁଟି ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ସାନଖେମୁଣ୍ଡିର ୧୩୦ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଛି। ବିଦ୍ୟାଳୟକୁ ଶିକ୍ଷାର୍ଥୀ ମାନେ ପାଠ ପଢ଼ିବାକୁ ଯାଇ ଫାଟକ ମୁହଁରୁ ନିରାଶ ରେ ଘରକୁ ଫେରିଛନ୍ତି । ମଧ୍ୟାହ୍ନ ଭୋଜନ ପରିବେଷଣ ମଧ୍ଯ ବନ୍ଦ ହୋଇଛି।

ବ୍ଲକ୍ ର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ ତାଲା ଠୁଙ୍କି ଚୁଡ଼ଙ୍ଗପୁର ସ୍ଥିତ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭାରେ ଧାରଣାରେ ବସିଛନ୍ତି।ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ୍ ସଭାପତି କୈଳାସଚନ୍ଦ୍ର ଦାଶ ସମ୍ପାଦକ ବଳରାମ ପୃଷ୍ଟି କନିଷ୍ଠ ଶିକ୍ଷକ ସଂଘ ବ୍ଲକ୍ ସଭାପତି ଅଶୋକକୁମାର ଖୁଣ୍ଟିଆ ସମ୍ପାଦକ ସୁଶାନ୍ତକୁମାର ତ୍ରିପାଠୀ ଗଣଶିକ୍ଷକ ସଂଘ ସଭାପତି ସୁଧାଂଶୁ ପଟ୍ଟନାୟକ କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ସଭାପତି ଭଗବାନ ବେହେରାଙ୍କ ନେତୃତ୍ବରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅନୁଷ୍ଠିତ ଧାରଣାରେ ବସିବା ସହ ପ୍ରାଥମିକ ଶିକ୍ଷକ ମାନଙ୍କ ନ୍ୟାୟସଙ୍ଗତ ମୌଳିକ ଦାବି ଗୁଡ଼ିକୁ ସରକାର ତୁରନ୍ତ ପୂରଣ କରନ୍ତୁ ନଚେତ ଆନ୍ଦୋଳନ ଜାରି ରହିବ ଆମେ ଶିକ୍ଷକ ମାନେ ଆମ ଜିଦ୍ ରେ ଅଟଳ ରହିବୁ ବୋଲି ଚରମ ଚେତାବନୀ ଦେଇଛନ୍ତି। ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଲେ ସେଥିଲାଗି ସରକାର ଦାୟୀ ରହିବେ ବୋଲି ଧାରଣାରତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରକାଶ କରିଛନ୍ତି।