You are currently viewing ଭାଟକୁମରଡା ବାସୁଦେବ କଲେଜରେ ଆତ୍ମ ସୁରକ୍ଷା ତାଲିମ ଉଦଯାପିତ l
ଭାଟକୁମରଡା ବାସୁଦେବ କଲେଜରେ ଆତ୍ମ ସୁରକ୍ଷା ତାଲିମ ଉଦଯାପିତ l

କବିସୂର୍ଯ୍ୟନଗର, (ତା 5/2/23) ପୁରୁଷୋତ୍ତମପୁର ବ୍ଲକ ଭାଟକୁମାରଡ଼ା ଠାରେ ଗତ 20ତାରିଖରୁ ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମର ଶନିବାରଥିଲା ଉଦଯାପନୀ ଦିବସ l ଏହି ଅବସରରେ ବାସୁଦେବ ସେଠି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଚନ୍ଦ୍ରଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ଭାଟକୁମାରଡ଼ା ଷ୍ଟେଟ ବ୍ୟାଙ୍କ ମ୍ୟାନେଜେର ଶିବାନୀ ପଟ୍ଟନାୟକ ମୁଖ୍ୟ ଅତିଥି, ଓଏବି ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟବକ୍ତା ଯୋଗଦେଇ ଛାତ୍ରୀମାନଙ୍କ ପାଇଁ ଶାରୀରିକ, ମାନସିକ, ବୌଦ୍ଧିକ ଜ୍ଞାନର ବିକାଶ ପାଇଁ ଆତ୍ମ ସୁରକ୍ଷା ତାଲିମ ଅପରିହାର୍ଯ୍ୟ ବୋଲି ବୋଲି ନିଜ ବ୍ୟକ୍ତବ୍ୟରେ କହିଛନ୍ତି l 169ଜଣ ଛାତ୍ରୀ 3ଜଣ ପ୍ରଶକ୍ଷିତା ତାଲିମ ପ୍ରଦାନ କରିଥିଲେ l ଏସ. ସଞ୍ଜୟ ରେଡି ସଂଯୋଜନା କରିଥିବା ବେଳେ ଇଁରାଜୀ ଅଧ୍ୟାପକ ନରେନ୍ଦ୍ର କୁମାର ପାତ୍ର ପରିଚାଳନା କରିଥିଲେ l ଅଧ୍ୟାପକ ବାବି ସାମଲ ଅତିଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ପ୍ରସନ୍ନ କୁମାର ଦାସ,କବିସୂର୍ଯ୍ୟନଗର,