You are currently viewing ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଏଆଇଡିଏସଓ ପକ୍ଷରୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ ପାଇଁ ଦାବି ପତ୍ର ,
ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଏଆଇଡିଏସଓ ପକ୍ଷରୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ ପାଇଁ ଦାବି ପତ୍ର ,

ବ୍ରହ୍ମପୁର , ୦୧/୦୮ -:- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟର ୧୪୭ତମ ପ୍ରତିଷ୍ଠା ବାର୍ଷିକୀ ଉତ୍ସବରେ ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଯୋଗଦେବା ଅବସରରେ ଏଆଇଡିଏସଓ ଗଞ୍ଜାମଜିଲ୍ଲା କମିଟି ପକ୍ଷରୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା, ଖାଲି ପଡ଼ିଥିବା ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ, ଏବଂ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବାପାଇଁ ଏକ ଦାବିପତ୍ର ପ୍ରଦାନ କରାଯିବା ସମେତ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ନୂତନ ଅତ୍ୟାଧୁନିକ ପାଠାଗାର ନିର୍ମାଣ, ରିଡ଼ିଂ ରୁମ୍ ନିର୍ମାଣ, ଉନ୍ନତମାନର ବିଜ୍ଞାନଗାର ଆଦିର ବ୍ୟବସ୍ଥା କରିବାପାଇଁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି କରାଯାଇଥିଲା ।

ମାନ୍ୟବର ମନ୍ତ୍ରୀଙ୍କ ସହ ଗତକାଲି ବିଶ୍ବବିଦ୍ୟାଳୟର ଆର.ସି.ଏମ ପିଜି ହଷ୍ଟେଲରେ ଲଗାଣ ବର୍ଷା ଯୋଗୁଁ ଏକ କାନ୍ଥ ଭାଙ୍ଗିଯିବା ଘଟଣା ସମେତ ହଷ୍ଟେଲର କୋଠରି ଗୁଡ଼ିକର ଜରାଜୀର୍ଣ୍ଣ ଅବସ୍ଥା, ଜଳ ନିଷ୍କାସନର ଅବ୍ୟବସ୍ଥା, ମଶା, ସାପ ଆଦିଙ୍କ ପ୍ରାଦୁର୍ଭାବ ବିଷୟରେ ଆଲୋଚନା ହୋଇଛି । ଉଚ୍ଚ ଶିକ୍ଷାମନ୍ତ୍ରୀ ଏହି ସମସ୍ତ ସମସ୍ୟାଗୁଡ଼ିକର ଅତିଶୀଘ୍ର ସମାଧାନ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।