You are currently viewing ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ଯୋଗ ଦେଲେ  ବିଧାୟକ
ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ଯୋଗ ଦେଲେ  ବିଧାୟକ

କୋଦଳା
  ଓଡିଶା ସରକାର ଶିକ୍ଷା ବିଭାଗ ପକ୍ଷରୁ ଗତ ବର୍ଷ ଠାରୁ ଅଙ୍ଗନବାଡି କେନ୍ଦ୍ର ଛାଡିବା ପରେ ନୂତନ ଭାବେ ଶିଶୁ ବାଟିକା ରେ ନାମ ଲେଖାଇବା ପାଇଁ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ପାଇଁ ନିର୍ଦେଶ ରହିଛି । ସେଥିପାଇଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ମଠ ସରସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  ଶନିବାର ଦିନ ଏହି ଉତ୍ସବ କୁ   କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ  ଶୁଭାରମ୍ଭ କରିଥିଲେ । ପୁଷ୍ପ ଓ ଚକୋଲେଟ ଦେଇ ନିମନ୍ତ୍ରଣ ପ୍ରଦାନ କରିବା ସହ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ଶିକ୍ଷା ର ଆରମ୍ଭ ପାଇଁ ଶିଶୁ ମାନଙ୍କୁ ପ୍ରେରିତ କରାଯିବା ସହ ତାଙ୍କର ଭବିଷ୍ୟତ ଶିକ୍ଷା ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋତ୍ରୀମୟୀ ନନ୍ଦ,ରବୀନ୍ଦ୍ର କୁମାର ଶବର,ସରପଞ୍ଚ ମଞ୍ଜୁଲତା ବେହେରା,ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ , ସରପଞ୍ଚ ସନ୍ତୋଷ ସ୍ୱାଇଁ,ସମିତି ସଭ୍ୟା ବ୍ରଜ ସୁନ୍ଦର ସାହୁ,ପ୍ରଭାକର ନାୟକ, ଅଭିମନୁ ଜେନା, ଶିକ୍ଷକ ଅସ୍ପିନି ପ୍ରହରାଜ,ପ୍ରତାପ କୁମାର ମହାପାତ୍ର,ମାନସ ରଞ୍ଜନ ପଣ୍ଡା,ସୁଜାତା ନାୟକ,ମନ୍ଦାକିନୀ ମିଶ୍ର,ଶର୍ମିଷ୍ଠା ପାତ୍ର,ବିସ୍ତୁ ପ୍ରିୟା ସାହୁ ,ରଶ୍ମିତା ଦାସ,ବିଜୟ କୁମାର ସାହୁ,ବିଦ୍ୟାଳୟ ସଭାପତି ପ୍ରଦୀପ କୁମାର ପଣ୍ଡା , ସି ଆର ସି ସି ଆଶିଷ ସ୍ୱାଇଁ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ସେଠି ପରିଚାଳନା କରିଥିଲେ ।  ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ଅଭିଭାବକ ସହଯୋଗ କରିଥିଲେ ।