ବ୍ରହ୍ମପୁର , ୦୭/୦୪ – ( ଶ୍ରୀକାନ୍ତ କୁମାର ବେହେରା ) -:- ପୁରୁଣା ବ୍ରହ୍ମପୁର ସ୍ଥିତ ଏକାଡେମି ଅଫ୍ ଟେକ୍ନୋକ୍ରାଟସ୍ ର ବାର୍ଷିକ ଉତ୍ସବ ଡ଼ାଇମଣ୍ଡ୍ ଜୁବଲି ଟାଉନ୍ ହଲ , ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥୁରେ ସୂଲୋପ ଟେକ୍ନୋଲଜୀ , ବେଙ୍ଗଲୁରୁ ର ମୁଖ୍ୟ ନିର୍ଦ୍ଦେଶକ ଅଭିତବ୍ୟ ପଟ୍ଟନାୟକ ମୁଖ୍ୟ ଅତିଥ୍ ଭାବେ , ଆର୍ଥ ଅନ୍ ମେପିଙ୍ଗ ର ମୁଖ୍ୟ ନିର୍ଦ୍ଦେଶକ ରାମହରି ମହାପାତ୍ର ଏବଂ ଆର୍ଥ ଅନ୍ ମେପିଙ୍ଗ୍ ର ସୀ.ଇ.ଓ. ସସ୍ମିତା ମହାପାତ୍ର ମୁଖ୍ୟବକ୍ତା ଭାବେ ଜୋଗ ଦେଇଥିଲେ । ଅନୁଷ୍ଠାନ ର ନିର୍ଦ୍ଦେଶକ ଡ଼ . ଦୀପକ ରଞ୍ଜନ ଦାସ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନୁଷ୍ଠାନ ର ଅଧ୍ୟାପକ ଶ୍ରୀ ଅଜିତ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରୁ ମୁଖ୍ୟ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି କୁମାରୀ ଶତପଥ୍ , ଶ୍ରୀ ବାଳକୃଷ୍ଣ ମିଶ୍ର , କୈଳାଶ ଚନ୍ଦ୍ର ପଲେଇ , ଦୀପକ କୁମାର ସାହୁ , କେ ଅନୀଲ କୁମାର , ଶ୍ଵେତା ଲାହେରୀ , ରୋଜାଲିନ ସାହୁ , ବିଷ୍ଣୁ ଚରଣ ସାହୁ , ସନ୍ତୋଷ କୁମାର ମହାରଣା , ପ୍ରଣବ କୁମାର ପାଣିଗ୍ରାହୀ , କୈଳାଶ ଚନ୍ଦ୍ର ଅଧିକାରୀ , ଗୀତୀସ୍ମୀତା ଧରୁଆ , ତାରାକାନ୍ତ ଦାଶ ଓ ବିଜୟ ମହାନ୍ତି ଉପସ୍ଥିତ ଥିଲେ । ଅନୁଷ୍ଠାନ ର ଅଧ୍ୟାପିକା ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ବି.ସି.ଏ. ଫଳାଫଳରେ ଏକାଡ଼େମି ଅଫ୍ ଟେକ୍ନୋକ୍ରାଟସର ୬ଗୋଟି ଛାତ୍ର ଛାତ୍ରୀ ଅନନ୍ୟ ସଫଳତା ହାସଲ କରି ମୁଖ୍ୟ ଅତିଥ୍ଙ୍କ ଦ୍ବାରା ମାନପତ୍ର ହାସଲ କରିଥିଲେ । ଏହି ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

