ଗତକାଲି ପ୍ରକାଶ ପାଇଛି ମାଟ୍ରିକ ଫଳାଫଳ। ଚିଲିକା ବ୍ଲକ ର ୧୭ ଟି ସ୍କୁଲ ର ଛାତ୍ର ଛାତ୍ରୀମାନେ ପରୀକ୍ଷା ଫଳାଫଳ କୁ ନେଇ ଉତ୍ସାହିତ ଥିବା ବେଳେ ଗତକାଲି ଅପରାହ୍ନ ରେ ଏହା ପ୍ରକାଶ ପାଇଛି। ଚିଲିକା ବ୍ଲକ ର ମୋଟ ୧୭ ଟି ସ୍କୁଲ ରେ ୧୫୫୩ ଜଣଙ୍କୁ ପରୀକ୍ଷା ପାଇଁ ଆଲୋଟେଡ଼ କରାଯାଇଥିବା ବେଳେ ୧୫୪୫ ଜଣ ପରୀକ୍ଷା ଦେଇଛନ୍ତି ଓ ୮ ଜଣ ଅନୁପସ୍ଥିତ ରହିଥିଲେ। ବ୍ଲକ ରେ A1 ରେ ୫ଜଣ, A2 ରେ 35ଜଣ, B1 ରେ 94ଜଣ, B2 ରେ 253ଜଣ, C ରେ 346ଜଣ,D ରେ 485ଜଣ,E ରେ 290ଜଣ, F ରେ 37ଜଣ ରହିଥିବାବେଳେ ସେଥିମଧ୍ୟରୁ ପୁଅ 749ଓ ଝିଅ 759 ଜଣ ରହିଛନ୍ତି। 1545ରୁ 1508ଜଣ ପରୀକ୍ଷାର୍ଥୀ ପାସ କରିଥିବାବେଳେ ବ୍ଲକର ପାସ ହାର 97.6% ରହିଛି।A1 ରେ 5 ଜଣ ରହିଥିବାବେଳେ 4ଜଣ ପୁଅ ଓ 1ଜଣ ଝିଅ ରହିଛନ୍ତି। ପି ଏମ ଶ୍ରୀ ହାଇସ୍କୁଲ ବାଲୁଗାଁ ର ସ୍ୱାଧୀନ ପ୍ରଧାନ 547ମାର୍କ /91.16% ଓ ଆଲୋକ ପରିମାଣିକ 541ମାର୍କ /90
16%,ଦାଶରଥି ହାଇସ୍କୁଲ କାଳୁପଡାଘାଟ ର ଶୁଭଲକ୍ଷ୍ମୀ ବେହେରା 550ମାର୍କ /91.60%,ଯୁବଜ୍ୟୋତି ହାଇସ୍କୁଲ କୁମାଣ୍ଡଳ ର ସୁକେଶ କୁମାର ପ୍ରଧାନ 540ମାର୍କ /90%, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃଭବନ ର ଚିନ୍ମୟ ମହାପାତ୍ର 540ମାର୍କ /90% ରଖି ବ୍ଲକ ରେ A1 ରେ ରହିଛନ୍ତି ବୋଲି ବ୍ଲକ ଶିକ୍ଷା ଅଧିକାରୀ ଦ୍ୱାରିକାନାଥ ବେହେରା ସୂଚନା ଦେଇଛନ୍ତି।

