You are currently viewing ଧରାକୋଟ ରେ ଖୋଲିବ ସରକାରୀ ଡିଗ୍ରୀ କଲେଜ
ଧରାକୋଟ ରେ ଖୋଲିବ ସରକାରୀ ଡିଗ୍ରୀ କଲେଜ

ଧରାକୋଟ,19/6/24
ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଗଞ୍ଜାମ ଜିଲ୍ଲାର ଧରାକୋଟ ଠାରେ ସରକାରୀ ଡିଗ୍ରୀ କଲେଜ ଖୋଲିବ ପାଇଁ ଅନୁମୋଦନ କରିବା ପରେ ଏଥିପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଧରାକୋଟ ସରକାରୀ ଡିଗ୍ରୀ କଲେଜ ଚଳିତ ଶିକ୍ଷା ବର୍ଷ ଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥି ପାଇଁ ଏଯୁକେଶନ ରେ 32, ରାଜନୀତି ବିଜ୍ଞାନ ରେ 32 ଓ ଇତିହାସ ବିଭାଗ ପାଇଁ 32 ମୋଟ 96 ସିଟ ମଞ୍ଜୁର ପାଇଛି । ନାମଲେଖା ପାଇଁ ଗତ 17 ତାରିଖ ଶେଷ ଦିବସ ରହିଥିବା ବେଳେ ଆସନ୍ତା 1/8/24 ତାରିଖ ଠାରୁ ପାଠ ପଢ଼ା ଆରମ୍ଭ ହେବ । ଧରାକୋଟ ଗଡର ବନ୍ଦ ହୋଇଯାଇଥିବା କୃଷ୍ଣ ସିଂହ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହେବାକୁ ଯାଉଥିବା ବେଳେ ସରକାରୀ ଡିଗ୍ରୀ କଲେଜ ପାଇଁ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ବହୁଦିନର ଦାବୀ ପରେ ରାଜ୍ୟ ସରକାର ଧରାକୋଟ ଧରାକୋଟ ଠାରେ ସରକାରୀ ଡିଗ୍ରୀ କଲେଜ ଖୋଲିଥିବା ଯୋଗୁଁ ଅଞ୍ଚଳବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କୁ ଧରାକୋଟ ପ୍ରେସକ୍ଲବ ତରଫରୁ ସାମ୍ବାଦିକ ହୃଦାନନ୍ଦ ଜେନା,ବିଷ୍ଣୁ କେଶରୀ ଆଚାର୍ଯ୍ୟ, ରୁଦ୍ର ନାରାୟଣ ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ନାୟକ,ଶିଶିର ମହାନ୍ତି,ରବି ନନ୍ଦନ ପ୍ରଧାନ,ଗିରିଜା ପ୍ରସାଦ ରଥ,ଅଶେଷ ପାତ୍ର,ବଳରାମ ସାହୁ ପ୍ରମୁଖ ସରକାରଙ୍କ ଏହି ପଦକ୍ଷେପ କୁ ସ୍ଵାଗତ କରିଛନ୍ତି ।