ବେଲଗୁଣ୍ଠା -୯/୪-ବେଲଗୁଣ୍ଠା ପଟେଲ୍ ରୋଡ୍ ପ୍ରାଥମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟ ନାରାୟଣ ସାହୁ ସଭାପତିତ୍ବ କରିଥିବା ବେଳେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଉପଦେଷ୍ଟା ଭି.ଦେବୀ ପ୍ରସାଦ ପାତ୍ର, ପୁର୍ବତନ ପରିଚାଳନା କମିଟି ସଭାପତି ପ୍ରକାଶ ଚନ୍ଦ୍ର ଡାକୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀ ଜୀବନର ମୁଳଦୂଆ ।ଏଠାରୁ ହିଁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଙ୍କୁରରୋପଣ ହୋଇଥାଏ ବୋଲି ଅତିଥି ଭାବେ ମତବ୍ୟକ୍ତ କରିଥିଲେ । ପୁରୁଣା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନୁତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ନଗର ପରିକ୍ରମା କରିଥିଲେ ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା, ଶିକ୍ଷୟିତ୍ରୀ ଅଳକା ପ୍ରଧାନ, ଗାୟତ୍ରୀ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ
