You are currently viewing ବୁଗୁଡ଼ା ବ୍ଲକ ରେ ମ୍ୟାଟ୍ରିକ ପରୀକ୍ଷା ଦେବେ ୧୮୪୪ ଛାତ୍ରଛାତ୍ରୀ
ବୁଗୁଡ଼ା ବ୍ଲକ ରେ ମ୍ୟାଟ୍ରିକ ପରୀକ୍ଷା ଦେବେ ୧୮୪୪ ଛାତ୍ରଛାତ୍ରୀ

ବୁଗୁଡ଼ା ୧୭।୨ (ଡ.କୁମୁଦ ଚନ୍ଦ୍ର ବେହେରା)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକ ଓ ଏନ ଏ ସି ଅନ୍ତର୍ଗତ ୧୦ଟି କେନ୍ଦ୍ର ରେ ମୋଟ ୧୮୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ର ରୁ ପ୍ରକାଶ ପାଇଛି । ତେବେ ପରୀକ୍ଷା କେନ୍ଦ୍ରଗୁଡିକ ମଧ୍ୟରୁ ବାଲିପଦର ହାଇସ୍କୁଲ କେନ୍ଦ୍ରରେ ସର୍ବାଧିକ ୨୬୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବିରଧନଞ୍ଜୟପୁରସ୍ଥ ବୁଦ୍ଧାଗିରି ବିଦ୍ୟାପୀଠ କେନ୍ଦ୍ର ରେ ୨୨୫ ଜଣ , ତାଳସାକର ମହାମାୟୀ ହାଇସ୍କୁଲ କେନ୍ଦ୍ର ରେ ୨୦୧ ଜଣ ପଙ୍କଳବାଡ଼ି ରିଜିଓନାଲ ଏଗ୍ରିକଲଚର ହାଇସ୍କୁଲ କେନ୍ଦ୍ର ରେ ୧୯୪ଜଣ , ବୁଗୁଡ଼ା ପିପୁଲ୍ସ ହାଇସ୍କୁଲ କେନ୍ଦ୍ର ରେ ୧୯୧ ଜଣ ,ବି . କରଡାବାଡି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ କେନ୍ଦ୍ର ରେ ୧୮୪ ଜଣ , ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୭୫ ଜଣ , ମଣିତରା ରାଜିଓନାଲ ହାଇସ୍କୁଲ କେନ୍ଦ୍ର ରେ ୧୪୭ ଜଣ , ପୋଚାଲୁଣ୍ଡି ଗ୍ରାମସ୍ଥ ମା କାଳୀ କୃଷକ ହାଇସ୍କୁଲ କେନ୍ଦ୍ରରେ ୧୪୧ ଜଣ ଏବଂ କରଚୁଲି ଶକୁନ୍ତଳା ବିଦ୍ୟାପୀଠ କେନ୍ଦ୍ରରେ ସର୍ବନିମ୍ନ ୧୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଥିବା ଜଣା ପଡ଼ିଛି ।