ବ୍ରହ୍ମପୁର , ୧୧/୧୧ – -:- ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଗଞ୍ଜାମ ଶାଖାର ଡାକରାରେ ଖଣ୍ଡଦେଉଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଏନ.ଏଚ.ଏମ ଅଧୀନରେ କାର୍ଯ୍ୟରତ ଠିକା ସ୍ୱାସ୍ଥ୍ୟ କର୍ମଚାରୀ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଏହି ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଦୀର୍ଘ ବର୍ଷ ହେଲା ଠିକାରେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି । ଚାକିରୀରେ ସେମାନଙ୍କର ସ୍ଥାୟିତ୍ୱ ନାହିଁ । ବିଗତ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜନ୍ମଦିନରେ ଶତାବନ ହଜାର ଠିକା କର୍ମଚାରୀଙ୍କ ସ୍ଥାୟୀ ଚାକିରୀ ହେଲା ବୋଲି ଘୋଷଣା କରିଥିଲେ ଏବଂ କହିଥିଲେକି ଓଡିଶାରୁ ଠିକା ଚାକିରୀର ଅନ୍ତ ଘଟିଲା ,କିନ୍ତୁ ଦୁଃଖର ବିଷୟ ଏହିକିଯେ ସେଇ ଶତାବନ ହଜାର ଠିକା କର୍ମଚାରୀ ମଧ୍ୟରେ ଏନ.ଏଚ.ଏମ ଅଧୀନସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ ସେଥିରୁ ବାଦ ପଡିଛନ୍ତି ! ତେଣୁ ଆଜି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆର ବି ଏସ କେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଏ ଏନ ଏମ,ଗୋଷ୍ଠୀ ପରିଚାଳକ , ହିସାବ ରକ୍ଷକ ଓ ତଥ୍ୟ ପରିଚାଳକ ସମସ୍ତେ ମିଳିତ ଭାବରେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡା ସୌମ୍ୟକାନ୍ତ ମହାପାତ୍ରଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ଆସନ୍ତା ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ହଳଦିଆ ବେଚ ପିନ୍ଧି କାମରେ ଅସହଯୋଗ କରିବେ ବୋଲି ଚେତାବନୀ ଦେବା ସଙ୍ଗେ ସଙ୍ଗେ ଯଦି ୨୦ ତାରିଖ ସୁଦ୍ଧା ସରକାର କିଛି ନଶୁଣନ୍ତି ତାହାହେଲେ ୨୧ ତାରିଖରେ ରାଜ ରାସ୍ତାକୁ ଓଲ୍ହାଇବେବୋଲି ଚେତାବନୀ ଦେଇଛନ୍ତି !
ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ।
