You are currently viewing ହିଞ୍ଜିଳିକାଟୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମିଶନ ଶକ୍ତି ବ୍ଲକ୍ ସ୍ତରୀୟ ଋଣ ମେଳା ଅନୁଷ୍ଟିତ ।
ହିଞ୍ଜିଳିକାଟୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମିଶନ ଶକ୍ତି ବ୍ଲକ୍ ସ୍ତରୀୟ ଋଣ ମେଳା ଅନୁଷ୍ଟିତ ।

ବ୍ରହ୍ମପୁର , ୨୮/୧୧ – ( ପ୍ରଫୁଲ୍ଲ ସାବତ ) -:- ଜିଲ୍ଲାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଗଢି ଉଠି ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଆୟୋଜନ ହେଇଯାଇଛି ଏକ ବିଶାଳ ମିଶନ ଶକ୍ତି ବ୍ଲକ୍ ସ୍ତରୀୟ ଋଣ ମେଳା । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ଋଣ ନେଇ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ କରି ଲାଭବାନ ହେବା ସଙ୍ଗେସଙ୍ଗେ ଆତ୍ମ ନିର୍ଭରଶୀଳ ହୋଇ ଦେଶ ଗଠନରେ ସାମିଲ ହୋଇପାରିବେ । ଏହି ଲକ୍ଷ୍ୟନେଇ ଜିଲ୍ଲାରେ ଚଳିତ ମାସ ୧୯ ତାରିଖ ଠାରୁ ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ ରେ ଅନୁଷ୍ଠିତ ହେଉଛି ମିଶନ୍ ଶକ୍ତି ଋଣ ମେଳା ।
ଏହି ପର୍ଯ୍ୟାୟରେ ଗତ ୧୯ ତାରିଖରେ ଭଞ୍ଜନଗର, ୨୦ ତାରିଖରେ ଜଗନ୍ନାଥ ପ୍ରସାଦ,୨୨ ତାରିଖ ରେ ଖଲିକୋଟ, ୨୫ ତାରିଖରେ ରଙ୍ଗେଇଲୁଣ୍ଡା ଠାରେ ଅନୁଷ୍ଠିତ ହୋଇଥିବା ସ୍ଥଳେ ଆଜି ହିଞ୍ଜିଳିକାଟୁ ଠାରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି । ଦିନ ୧୦.୦୦ ଘଟିକା ରେ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ବିଦ୍ୟାଳୟ ମିନି ଷ୍ଟାଡିଅମ ଠାରେ ମିଶନ ଶକ୍ତି ଆନୁକୁଲ୍ୟ ରେ ଏକ ବ୍ଲକ ସ୍ତରୀୟ ରୁଣ ମେଳା ଆୟୋଜିତ ହୋଇଥିଲା। ଉକ୍ତ ମେଳା ରେ ୧୦୦୦୦ ରୁ ଉର୍ଦ୍ଧ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଉପସ୍ଥିତ ଥିଲେ। ଏହି ମେଳା ରେ ୪୦୫ ଗୋଟି ଏସଏଚଜି ଙ୍କୁ ସମୁଦାୟ ୧୭ କୋଟି ୭୮ଲକ୍ଷ ୧୯ ହଜାର ୭୫୩ ଟଙ୍କାର ଋଣ ପ୍ରଦାନ କରଯାଇଥିଲା ।


ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସର୍ବାଧିକ ସଂଖ୍ୟକ ଋଣ ପ୍ରଦାନ ପାଇଁ ସ୍ଥାନୀୟ ୟୁନିଅନ ବ୍ୟାଙ୍କ, ବୁରୁପଡା, ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସର୍ବାଧିକ ଟଙ୍କାର ଋଣ ପ୍ରଦାନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଶିକିରି ଶାଖା, ସ୍ୱୟଂ ସହାୟକ ଗୋଷ୍ଠୀକୁ ବଡ ଆକାର ଋଣ ପ୍ରଦାନ ପାଇଁ ୟୁ.କୋ ବ୍ୟାଙ୍କ, ହିଞ୍ଜିଳିକାଟୁ ଓ ବଳରାମ ଯୋଜନାରେ ଋଣ ପ୍ରଦାନ ପାଇଁ ୟୁନିଅନ ବ୍ୟାଙ୍କ, ଶାଖା-୨, ସିନେମା ହଲ ଛକ, ହିଞ୍ଜିଳିକାଟୁଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ମହିଳା ସଶକ୍ତିକରଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ବଡଖଣ୍ଡି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ, ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ , ଶ୍ରେଷ୍ଠ ଏମ.ବି.କେ, ଶ୍ରେଷ୍ଠ ସି.ଆର.ପି ଓ ଶ୍ରେଷ୍ଠ ଗୋଷ୍ଠୀ ସଂଗଠକ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ହିଞ୍ଜିଳି କାଟୁ ପୌର ପରିଷଦର ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଉତ୍ତମ ଅବଦାନ ପାଇଁ ସ୍ୱଚ୍ଛ ଓ୍ୱାର୍ଡ ଓ ସ୍ୱଚ୍ଛ ସାଥି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତର ପରିମଳ ବ୍ୟବସ୍ଥାରେ ଅଦ୍ଭୁତପୂର୍ବ ଯୋଗଦାନ ପାଇଁ ସଫେଇ ଭାଇ ଓ ଭଉଣୀ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନ କରାଯାଇଥିଲା ।


ସ୍ୱତ୍ସ ଭାରତ ମିଶନ ଭାଗ ୨ ଆନୁକୂଲ୍ୟରେ ବାହ୍ୟ ମଳ ମୁକ୍ତ ମୁକ୍ତ ଗ୍ରାମରେ ଦୀର୍ଘସ୍ଥାୟୀ ପରିଚାଳନା ନିମନ୍ତେ ଦୁଷିତ ଜଳ ପରିଚାଳନା ନିମନ୍ତେ ବିଭିନ୍ନ ଯୋଜନାରେ ବ୍ୟକ୍ତିଗତ ଶୋଷକ ଖାତ ନିର୍ମାଣ, ବ୍ୟକ୍ତିଗତ କମ୍ପୋଷ୍ଟ କୁଣ୍ଡ ନିର୍ମାଣ, ଏକ ଖାତ ବିଶିଷ୍ଟ ଶୌଚାଳୟକୁ ଯୋଡାଖାତ ବିଶିଷ୍ଟ ଶୌଚାଳୟରେ ପରିଣତ କରିବା, ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ, ମୋ ଉପକାରୀ ବଗିଚାର ଏକ ନମୂନା ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉତ୍ପାଦକ ଦ୍ରବ୍ୟର ପ୍ରଦର୍ଶନୀ ସହ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।


ଏହି ମେଳା ରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଭି କ୍ରିତି ଭାସନ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ,ଓଡିଶା ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ଶ୍ରୀ ସୁରେନ୍ଦ୍ର ନାଥ ପ୍ରଧାନ, ଓଡିଶା ଗ୍ରାମ୍ୟ ଗୃହ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ଡି.ବିଶ୍ୱନାଥ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ପ୍ରବୀଣ ସମିତିର ସଦସ୍ୟ ଶ୍ରୀ ଏନ.ରଘୁନାଥ, ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ପବିତ୍ର ମୋହନ ପାଣିଗ୍ରାହି, ପଞ୍ଚାୟତ ସମିତି, ହିଞ୍ଜିଳିକାଟୁର ଅଧ୍ୟକ୍ଷ ଶ୍ରୀମତୀ ସରସ୍ୱତୀ ସେଠୀ, ହିଞ୍ଜିଳକାଟୁ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ପୋଲାଇ, ପଞ୍ଚାୟତ ସମିତି, ହିଞ୍ଜିଳିକାଟୁର ଉପାଧ୍ୟକ୍ଷ ଶ୍ରୀ ସୁନିଲ ଗନ୍ତାୟତ, ହିଞ୍ଜିଳକାଟୁ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଚିତ୍ରା ପଣ୍ଡା, ଜିଲ୍ଲା ପରିଷଦ ଜୋନ ନଂ ୬୭ ର ସଦସ୍ୟା ଶ୍ରୀମତୀ ବାଇ ଗୀତାଞ୍ଜଳି, , ଜିଲ୍ଲା ପରିଷଦ ଜୋନ ନଂ ୬୮ର ସଦସ୍ୟ ଶ୍ରୀ ଏଳା ସୁଦର୍ଶନ, ଜିଲ୍ଲା ପରିଷଦ ଜୋନ ନଂ ୬୯ର ସଦସ୍ୟା ଶ୍ରୀମତୀ ପ୍ରିତୀ ସାହୁ, ହିଞ୍ଜିଳିକାଟୁ ପୌର ପରିଷଦର ସମସ୍ତ ଓ୍ୱାର୍ଡ କାଉନସିଲର, ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତି ସଭ୍ୟ / ସଭ୍ୟା, ଅଞ୍ଚଳର ବୁଦ୍ଧିଜିବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ସମସ୍ତ ସଦସ୍ୟା, ସମସ୍ତ MBK , ବ୍ଯାଙ୍କ ମିତ୍ର, ପ୍ରାଣୀ ମିତ୍ର, CRP, ବ୍ୟାଙ୍କ ଶାଖା ପ୍ରବନ୍ଧକ, ଅନ୍ୟାନ୍ୟ ବ୍ଲକ୍ କମ୍ୟୁନିଟି ସଦସ୍ୟ, ପୌର ପରିଷଦ ଓ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ରୋଜଗାର ସେବକ, ଯୋଗାଣ ସହାୟକ, ସ୍ୱାବଲମ୍ବୀ କାରିଗର, ପମ୍ପ ଡ୍ରାବର ଓ ପଞ୍ଚାୟତ ସ୍ତରୀୟ ସ୍ୱେତ୍ସାସେବୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ପରିଚାଳନା କରିଥିଲାବେଳେ ମହମଦ ସରିଫ ସୟଯୋଜନା କରିଥିଲେ ।