ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ଶନିବାର ଅପରାହ୍ନରେ ନୂଆଁ ଦିଗିରୁ ମନୋଜ ପ୍ରଧାନ ନାମକ ଜଣେ ୨୧ ବର୍ଷୀୟ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ମନୋଜ ଅର୍ଜୁନ ସ୍ବାଇଁ ନାମକ ନୂଆଁ ଦିଗିର ଜଣେ ବ୍ୟକ୍ତିଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ କୋଦଳା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଲୁହା କାତି ମଧ୍ୟ ଜବତ କରିଛି ପୋଲିସ। ଏନେଇ ୨୭୨ /୨୦୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଧାରା ୨୯୪,୩୦୭, ୩୨୬, ୫୦୬ ଆଇପି ସି ରେ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ଅଭିଯୁକ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଅର୍ଜୁନ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
