You are currently viewing କଲ୍ୟାଣ ମଣ୍ଡପ ପାଇଁ ଭୂମିପୂଜନ କଲେ ବିଧାୟକ
କଲ୍ୟାଣ ମଣ୍ଡପ ପାଇଁ ଭୂମିପୂଜନ କଲେ ବିଧାୟକ

ପାଟଣାଗଟ ( ସୁବ୍ରତ ମହାକୁର ) ପାଟଣଗଡ ବ୍ଲକ ଖୁଟୁଣାପାଣି ଆଞ୍ଚଳିକ କେନ୍ଦ୍ର ଵନେଇମୁଣ୍ଡା ଠାରେ ପାଟଣଗଡ ବିଧାୟକ ସରୋଜ କୁମାର ମେହେର ଙ୍କ ଦ୍ଵାରା ବିଶ୍ଵାବସୁ ଶଵର ସମାଜର ଏକ କଲ୍ୟାଣ ମଣ୍ଡପର ଶୁଭ ଭୂମିପୂଜନ ଅନୁଷ୍ଠିତ ହୋଇଛି । ଏହି କଲ୍ୟାଣ ମଣ୍ଡପଟି ବିଧାୟକ ପାଣ୍ଠିରୁ ୫ ଳକ୍ଷ ଓ ସ୍ପେସାଲ ଫଣ୍ଡରୁ ମଧ୍ୟ ୫ ଳକ୍ଷ ଟଙ୍କାର ଅନୁଦାନ ରାଶିରେ ଏହି କଲ୍ୟାଣ ମଣ୍ଡପଟି ନିର୍ମାଣ କରାଜିବବୋଲି ବିଧାୟକ ଶ୍ରୀ ମେହେର ଙ୍କ ଠାରୁ ଜଣାପଡିଛି । ପରେ ଗାଁ ମୁଣ୍ଡରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗ୍ରାମବାସୀ ଗାଁରେ ଥିବା କିଛିଟା ସମସ୍ୟା ଉପରେ ବିଧାୟକ ଙ୍କୁ ଅବଗତ କରାଇଥିଲେ । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରି ମେହେର ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ଶବର ସମାଜର ୧୫ ଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାନେ ଯୋଗଦେଇଥିଲେ ।