ସାନଖେମୁଣ୍ଡି ,୧୪।୧୧।୨୨ (ବିଜୟ କୁମାର ପ୍ରଧାନ) ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ସୋମବାର ଦିନ ଏକ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାଯ୍ୟକ୍ରମରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରୟ, ଗଂଜାମ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଭି.କ୍ରିତିଭାସନ ଯୋଗଦେଇ ସାନଖେମୁଣ୍ଡି ଅଞ୍ଚଳବାସୀଙ୍କ ମଧ୍ୟରେ ଥିବା ସମସ୍ୟା ଶୁଣିଥିଲେ l

ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ପଦାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅଭିଯୋଗ ଶୁଣାଣୀରେ ଗୃହପଟ୍ଟା, ଭତ୍ତା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତା ଘାଟ, ଆବାସ ଯୋଜନା ଅନେକ କାଯ୍ୟର ଅଭିଯୋଗ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା। ବ୍ଲକ ଅଧକ୍ଷ ସୀମାଞ୍ଚଳ ପାତ୍ର, ବିଡିଓ ଗାୟତ୍ରୀ ଦତ୍ତ ନାୟକ, ଆସ୍କା ଏସଡିପିଓ ଉମାଶଙ୍କର ସିଂହ, ପାଟପୁର ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ ସମେତ ବହୁ ପଦାଧିକାରୀ ଉପସ୍ଥିତ ରହି ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗ କାରୀଙ୍କୁ ସମ୍ପୂର୍ଣ ସହଯୋଗ କରିଥିଲେ । ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ମାମଲା ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଥିଲା ।

ସେଥିମଧ୍ୟରୁ କେତେକ ମାମଲାର ସମାଧାନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି l ବାକିଥିବା ଆଉ କିଛି ଅଭିଯୋଗ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ କହିଥିଲେ। ଆଗାମୀ ଦିନରେ ନିଜର ଅଭିଯୋଗର ତୁରନ୍ତ ସମାଧାନ ହେବ ବୋଲି ଶୁଣି ଅଭି ଯୋଗକାରୀମାନେ ବେଶ ଖୁସି ଅନୁଭବ କରିଛନ୍ତି ।

