ଖଲ୍ଲିକୋଟ : 19/1 ଶତାୟୁ ଶିକ୍ଷାନୁଷ୍ଠାନ ଶ୍ରୀ ମର୍ଦରାଜ ହାଇସ୍କୁଲ ଉଚ୍ଚ ବିଦ୍ୟାଳୟ ର 107 ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇ ଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ସ୍ୱାଇଁ ଙ୍କ ଅଧକ୍ଷତା ରେ ଆୟୋଜିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ପିଲାମାନେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ବ୍ରହ୍ମପୁର ସି ଟି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପନ୍ନଗ ଭୂଷଣ ମାଝି ପ୍ରମୁଖ ଯୋଗ ଦେଇ ସମ୍ପ୍ରତି ସମୟ ରେ ପ୍ରଚଳିତ ଶିକ୍ଷା ନୀତି ନେଇ ଆଲୋକପାତ କରିଥିଲେ |

ଏ ଉପଲକ୍ଷେ ବିଦ୍ୟାଳୟ ର 12 ଜଣ ପୁରାତନ ଛାତ୍ର କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲ| |ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଗୋମତୀ ପ୍ରଧାନ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ |ଶେଷରେ ବିଦ୍ୟାଳୟ ର ଛାତ୍ର ମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଥିଲା |
