You are currently viewing ତାକରଡ଼ା ପଞ୍ଚାୟତ ରେ ସାମୂହିକ ସଫେଇ ଓ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ
ତାକରଡ଼ା ପଞ୍ଚାୟତ ରେ ସାମୂହିକ ସଫେଇ ଓ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ବୁଗୁଡ଼ା ୧୦।୩ : ( କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ବୁଗୁଡ଼ା ପଞ୍ଚାୟତ ସମିତି ର ସୌଜନ୍ୟ ଓ ତାକରଡ଼ା ପଞ୍ଚାୟତ ର ସହଯୋଗ ରେ ତାକରଡା ରେ ସମୂହ ସଫେଇ ଓ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯୟକ୍ରମରେ ତାକରଡା ସରପଞ୍ଚ ଦିଲ୍ଲୀପ ପ୍ରଧାନଙ୍କ ପରିଚାଳନା ରେ ଉକ୍ତ ଗ୍ରାମ ର ମୁଖ୍ୟ ରାସ୍ତା ଓ ବିଭିନ୍ନ ସାହି ରେ ସାମୂହିକ ସଫେଇ କରିବା ସହ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମ ରେ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ରେ ଏ ବି ଡି ଓ ଧର୍ମରାଜ୍ ପରିଡ଼ା , ଜି ପି ଇ ଓ ଅର୍ଜୁନ କଅଁର ଓ ଡବ୍ଲ୍ୟୁ ଇ ଓ ଜ୍ୟୋତିରଂଜନ ସାହୁ , ପି ଇ ଓ ସୁବ୍ରତ କୁମାର ଗଡନାୟକ , ଗ୍ରାମ୍ୟ ସଭାପତି ମନୋରଞ୍ଜନ ନାୟକ , ଗଙ୍ଗାଧର ନାୟକ , ଏମ ବି କେ , ସି ଆର୍ ପି , ଅଙ୍ଗନବାଡ଼ି କର୍ମୀ , ଆଶାକର୍ମୀ ଙ୍କ ସମେତ ଗ୍ରାମବାସୀ ମାନେ ମଧ୍ଯ ସାମିଲ ଥିଲେ