ବେଗୁନିଆପଡା -୧୨/୧୨/୨୩
ଗଞ୍ଜାମ ଜିଲ୍ଲା ପ୍ରଶାସନ ର ଶିଶୁ ସୁରକ୍ଷା କାର୍ଯାଳୟ ପକ୍ଷରୁ ବେଗୁନିଆପଡା ବ୍ଲକର ମର୍ଦ୍ଧରାଜ ସମ୍ମିଳନୀ କକ୍ଷ ରେ ବିଜୁ
କନ୍ୟା ରତ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆୟୋଜିତ ଏହି କାର୍ଯ୍ୟକ୍ରମ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଅଧକ୍ଷତା ରେ ବ୍ଲକ ଅଧକ୍ଷ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ପୂର୍ବତନ ଶିଶୁ ମଙ୍ଗଳ ସମିତି ର ସଦସ୍ୟ ତଥା ଜିଲ୍ଲା ସ୍ତରୀୟ ତାଲିମ ଦାତା ହରିହର ପାଢୀ,ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ସୁଦାମ ପାଣିଗ୍ରାହୀ,ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୋମନାଥ ସେଠି,ଅଂଚଳ ପରିଦର୍ଶିକା ମିନତୀ ବେହେରା, ସୁଲଚନା ଦାଶ, ଶୁଚିଦା ଦାଶ,ପ୍ରମୁଖ ମଂଚାସୀନ ଥିଲେ l
ଏହି କାର୍ଯ୍ୟକ୍ରମ ରେ ଆଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ, ଗାଁ କଲ୍ୟାଣ ସମିତିର ସଦସ୍ୟ ଉପସ୍ଥିତ ଥିଲେ l ସମାଜରେ,କନ୍ୟା ଶିଶୁ ବଞ୍ଚିରହିବା ଏବଂ ସେମାନଙ୍କର ବିକାଶ ନିମନ୍ତେ ସକ୍ଷମକାରୀ ପରିବେଶ ସୃଷ୍ଟି କରିବା ସହ କନ୍ୟା ସନ୍ତାନଙ୍କର ସମ୍ମାନ ବଜାୟ ରହିବା ଉପରେ ବ୍ୟକ୍ତା ମାନେ ଗୁରୁତ୍ୱ ଦେଇଥିଲେ l ବିଦ୍ୟାଳୟ ର ଛାତ୍ରୀ, ଛାତ୍ର ମାନଙ୍କ ମଧ୍ୟରେ ସମାଜରେ ଦେଖାଦେଉଥିବା ଲିଙ୍ଗ ଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି, ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରିବା, କନ୍ୟା ସନ୍ତାନ ମାନଙ୍କ ବିଦ୍ୟାଳୟ ରେ ଉପସ୍ଥାନ ବଢାଇବା ଉପରେ ପରାମର୍ଶ ଦିଆଯାଇଥିଲା l ବେଗୁନିଆପଡା ବ୍ଲକ ରେ ଲୋକ ମାନଙ୍କୁ କନ୍ୟା ଭୃଣ ହତ୍ୟା ରୋକିବା, ମହିଳା ହିଂସା ବନ୍ଦ କରିବା, ଝିଅ ମାନଙ୍କୁ ଗେଲା କରିବା ଉପରେ ଗୁରୁତ୍ୱ ଦେଇଥିଲେ l ମହିଳା ହିଂସା, କନ୍ୟା ଭୃଣ ହତ୍ୟା ରୋକିବା , କନ୍ୟା ରତ୍ନ ଉପରେ ସଚେତନତା ରାଲି କୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା l ସମେତ ବହୁ ଏଲ ହେଚ ଭି, ଅଙ୍ଗନବାଡି, ଆଶା କର୍ମୀ ଯୋଗ ଦେଇଥିଲେ l
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
