ଏକତ୍ରୀତ ହେଲେ ତିନି ବ୍ଲକ୍ର ଚାଷୀ ।
ଦସ୍ତଖତ ଅଭିଯାନ ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ପାଇଁ ନିଷ୍ପତି।
ଦିଗପହଣ୍ଡି,ଚା-୮.୧–ଜଳ ସୁରକ୍ଷା ସମିତିର ତୃତୀୟ ପରିବର୍ଷିତ ଆଲୋଚନା ବୈଠକ ନାରାୟଣପୁର ବିଶ୍ବନାଥ ଶୈବପୀଠରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମିତିର ସମସ୍ତ କମିଟି ସଦସ୍ୟଙ୍କ ସମେତ ଦିଗପହଣ୍ଡି,କୁକୁଡାଖଣ୍ଡି ଓ ସାନଖେମୁଣ୍ଡି ବ୍ଳକ୍ ର ବହୁ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ । ସମିତିର ଆବାହକ ତଥା କୃଷକ ନେତା ବୃନ୍ଦାବନ ଖଟେଇ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକ ଅବ୍ୟବହିତ ପୂର୍ବରୁ ପୁର୍ବ ବୈଠକର ବିବରଣୀ ସହ ଛେଳିଗତ ଜଳ ସମ୍ପ୍ରସାରଣ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେବାପାଇଁ ବୈଠକରରେ ଆଗତ ପ୍ରସ୍ତାବକୁ ଉପସ୍ଥିତ ଚାଷୀମାନେ ସମର୍ଥନ କରିଥିଲେ । ଏଥିପାଇଁ ଜଳସୁରକ୍ଷା ସମିତି ପ୍ରତ୍ୟେକ ଗ୍ରାମକୁ ଯାଇ ଚାଷୀଙ୍କ ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନକୁ ତ୍ବରାନ୍ବିତ କରିବା ସହ ଏକ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟକ୍ରମ ସାରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହା ସହ ସମିତିର ପରବର୍ତି କାର୍ଯ୍ୟପନ୍ଥା ସମ୍ପର୍କରେ ଉପସ୍ଥିତ ଚାଷୀଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ସହ ପରବର୍ତି ବୈଠକ ଦିଗପହଣ୍ଡି ବ୍ଳକ୍ ଗୋକଣ୍ଠପୁର ଠାରେ ଅନୁଷ୍ଠିତ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ଆଜିର ବୈଠକରେ ପୂର୍ବତନ ସରପଂଚ ବନମାଳୀ ଜେନ୍ନା, ଲାଞ୍ଜିଆ ସମିତିସଭ୍ୟ କାହ୍ନୁ ଚରଣ ପାତ୍ର, ପାଣିପଂଚାୟତ ସଭାପତି ଗୋବିନ୍ଦ ଗୌଡ, ସାନଖେମୁଣ୍ଡି ବ୍ଳକ୍ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ,ଅବସର ପ୍ରାପ୍ତ ଶିକ୍ଷକ ଗୁରୁନାଥ ବିଷୋୟୀ, ସୁବାଷ ବେହେରା,ବି.ନରସିଂହଙ୍କ ସମେତ ଜଳସୁରକ୍ଷା ସମିତିର ସମସ୍ତ କର୍ମକର୍ତା ଆଜିର ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
