You are currently viewing ରାଉରକେଲା ଶିଳ୍ପଞ୍ଚଳ ରାସ୍ତା ପାଲଟିଛି ମରଣଯନ୍ତା
ରାଉରକେଲା ଶିଳ୍ପଞ୍ଚଳ ରାସ୍ତା ପାଲଟିଛି ମରଣଯନ୍ତା

ଲାଠିକଟା,
ଆଇଡିସି ଅଞ୍ଚଳର ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଆଇଡିସି ସେକ୍ଟର- ଏ ଏବଂ ସେକ୍ଟର – ବି ଅଞ୍ଚଳର ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି।ପ୍ରତିଦିନ ହଜାର ହଜାର ଶ୍ରମିକ ଏହି ରାସ୍ତା ଦେଇ ବିଭିନ୍ନ କଳକାରଖାନା କୁ କାମ କରିବାକୁ ଯାଇଥାନ୍ତି । ଠିକ୍ ସମୟ ରେ କାରଖାନା ରେ ପହଞ୍ଚିବା ପାଇଁ ତରବରିଆ ହୋଇ ଶ୍ରମିକ ମାନେ ବାଇକ୍ କିମ୍ବା ସାଇକେଲ ଯୋଗ ଯାଉଥିବା ବେଳେ ଖାଲ ଖମାର ରାସ୍ତାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି।ପ୍ରକାଶ ଥାଉକି ଆଇଡିସି ହେଉଛି ଶିଳ୍ପାଞ୍ଚଳ ।ତେଣୁ ଏହି ଅଞ୍ଚଳରେ ଏକାଧିକ କଳକାରଖାନା ରହିଛି।କଳକାରଖାନା ଗୁଡ଼ିକ ଥିବାରୁ ଭାରି ଯାନବାହାନ ଅଧିକାଂଶ ଚଳାଚଳ କରୁଥିବାରୁ ରାସ୍ତାଗୁଡିକ ଖାଲ ଖମାରେ ଭର୍ତ୍ତି ହୋଇଯାଇଛି।ପ୍ରାୟ ୩ ବର୍ଷ ହେବ ଆଇଡିସି ଅଞ୍ଚଳ ର ରାସ୍ତା ଗୁଡ଼ିକର ମରାମତି ହୋଇ ନାହିଁ । ବର୍ତ୍ତମାନ ରାସ୍ତାର ଅବସ୍ଥା ଏଭଳି ଥିବା ବେଳେ ଆଗକୁ ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ଆହୁରି ସୋଚୋନୀୟ ହେବ।ତେଣୁ ବର୍ତ୍ତମାନ ରାସ୍ତା ମରାମତି କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏହି ଅଞ୍ଚଳ ରୁ ବିଭିନ୍ନ କଳକାରଖାନା ରୁ କୋଟି କୋଟି ଟଙ୍କା ରାଜସ୍ବ ଆକାରରେ ନେଉଥିବା ଇଡକୋ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି। କଳକାରଖାନା ସ୍ଥାପନା କରାଯିବା ପାଇଁ ଇଡକୋ ବିଭିନ୍ନ ଶିଳ୍ପପତିଙ୍କୁ ଜମି ଯୋଗାଇ ଦେଇଥାଏ। ଏ ସମ୍ପର୍କ ରେ ଇଡକୋ ଦିଭିଜିନାଲ ହେଡ ବି.ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ବର୍ତ୍ତମାନ ଆଇଡିସି ଅଞ୍ଚଳର ରାସ୍ତାଘାଟ କାମ ପୂର୍ତ୍ତ ବିଭାଗ କରିବ।ଏଥିପାଇଁ ଟେଣ୍ଡର ମଧ୍ୟ ହୋଇଯାଇଛି।NHCDP ଯୋଜନା ରୁ ପାଣ୍ଠି ମଧ୍ୟ ଅନୁମୋଦନ କରାଯାଇଛି। ଆଗାମୀ ୨ ବର୍ଷ ମଧ୍ୟରେ ଆଇଡିସି ଅଞ୍ଚଳର ରୁପରେଖା ବଦଳି ଯିବ।


IJB news
Nilakantha pradhan