You are currently viewing ପ୍ରତାପୁର ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ |
ପ୍ରତାପୁର ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ |

ପୁରୁଷୋତ୍ତମପୁର ବ୍ଳକ ପ୍ରତାପୁର ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଇଫ କୋ ର ନିର୍ଦେଶକ ସିମାଞ୍ଚଳ ପାଢ଼ୀ ଏବଂ ଆଇ ଏଫ ଏଫ ଡ଼ି ସି ର ମିଳିତ ସହଯୋଗ ରେ ନଡ଼ିଆ ଚାରା ବଣ୍ଟନ କରାଯାଇ ଥିଲା | ଏହି ନଡ଼ିଆ ଚାରା କିଛି ପଞ୍ଚାୟତ ଯଥା ପ୍ରତାପୁର, ନୂଆପଲ୍ଲୀ, ଆଙ୍ଗୁ, ଗୋଠିଆଳି ଗ୍ରାମର 7 ଗୋଟି ସ୍ୱୟଂ ସହାୟିକା ଗୋଷ୍ଠି ଙ୍କୁ 750 ନଡ଼ିଆ ଚାରା ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଉଦ୍ୟାନ ବିଭାଗ ର ଅଧିକାରୀ ଉଦୟ କୁମାର ଧର, ଏବଂ ତାଙ୍କ ଅଫିସିର ଷ୍ଟାଫ ସୁବାଷ ଚନ୍ଦ୍ର ବେହେରା, ପୁରୁଷୋତ୍ତମପୁର ମିଶନ ଶକ୍ତିର ବିପିସି ରଜତ କୁମାର ବେହେରା, ପ୍ରତାପୁର ସରପଞ୍ଚ ଦାଶ ବେହେରା, ଓ ଫିଲଡ଼ ର ସୁପର ଭାଇଜର ରବିନ୍ଦ୍ର କୁମାର ପାଣିଗ୍ରାହୀ, ଅଜୟ କୁମାର ବଳବନ୍ତ ରାୟ, ରାଧାକାନ୍ତ ସାମନ୍ତରା ପ୍ରମୁଖ ସହଯୋଗ କରିଥିଲେ |