You are currently viewing ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକଶ୍ରୀମନ୍ଦିର ସୁରକ୍ଷା,ଗବେଷଣା ଓ ଧାଡି ଦର୍ଶନସଂପର୍କରେ ବିସ୍ତ୍ରୁତ ଆଲୋଚନା
ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକଶ୍ରୀମନ୍ଦିର ସୁରକ୍ଷା,ଗବେଷଣା ଓ ଧାଡି ଦର୍ଶନସଂପର୍କରେ ବିସ୍ତ୍ରୁତ ଆଲୋଚନା

ପୁରୀ,୩/୯-ନିଳାଦ୍ରୀ ଭକ୍ତ ନିବାସ ଠାରେ ବୁଧବାର ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ସଦସ୍ଯଙ୍କୁ ସ୍ବାଗତ କରାଯିବା ସହ ବୈଠକ ଅନୁଷ୍ଠିତ ହୋଇଥିଯାଇଛି । କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକରେ ଶ୍ରୀମନ୍ଦିର ସୁରକ୍ଷା, ସବକମିଟି ଗଠନ, ତତ୍ତ୍ବ ଓ ଗବେଷଣା, ସେବକ କଲ୍ଯାଣ, ଜମିଜମା ସମସ୍ଯା, ନୀତି ସମନ୍ଵୟ, ଧାଡି ଦର୍ଶନ ଓ ଅଦିନିଆ ରଥଯାତ୍ରା ସଂପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ନୂତନ ଭାବେ ଏକ ସବକମିଟି ଗଠନ କରାଯାଇଛି । ନୂଆ କମିଟିକୁ ପାଞ୍ଚ ଜଣ ସେବକ ମନୋନୀତ ହୋଇଛନ୍ତି । ରଥଯାତ୍ରାର ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା । ନୂଆ କମିଟିର ପ୍ରଥମ ବୈଠକରେ ୧୪ଟି ସବକମିଟି ଗଠନ ହୋଇଛି । ଅର୍ଥ,ନୀତି, ରତ୍ନଭଣ୍ଡାର, ଅପିଲ, ତତ୍ତ୍ବ ଗବେଷଣା,ସେବକ କଲ୍ୟାଣ, ଲ୍ୟାଣ୍ଡ, ପ୍ରକଳ୍ପ ବୈଷୟିକ, ପ୍ରକଳ୍ପ ସାଂସ୍କୃତିକ, ଏଷ୍ଟାବିଲସମେଣ୍ଟ ଏଥିସହ ଅନ୍ଯାନ୍ଯ ସବକମିଟି ଗଠନ କରାଯାଇଛି । ବିଶେଷକରି ନାଟମଣ୍ଡପ ଠାରେ ଧାଡି ଦର୍ଶନକୁ ନେଇ ଅଧିକ ସମୟ ଆଲୋଚନା ହୋଇଥିଲା । ପରୀକ୍ଷା ମୂଳକ ଭାବେ କିଛି ଦିନ ଧାଡି ଦର୍ଶନ କରାଯିବ । ନୀତି ଯେପରି ବିଭ୍ରାଟ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ଧାଡିରେ ବରିଷ୍ଠ ଭକ୍ତ, ମହିଳା, ଶିଶୁ ଓ ଦିବ୍ଯାଙ୍ଗ ଭକ୍ତଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଦିବ୍ଯାଙ୍ଗ ଭକ୍ତ ମାନେ ଉତ୍ତରଦ୍ବାର ରାମ୍ପ ଦେଇ ମନ୍ଦିର ଭିତର ପ୍ରବେଶ କରିବେ । ଏଥିପାଇଁ ସ୍ବତନ୍ତ୍ର ଏନଜିଓ ସହଯୋଗ କରିବେ । ଅଦିନିଆ ରଥଯାତ୍ରା ସମ୍ପର୍କରେ ଆଲୋଚନା ହୋଇ ଇସ୍କନକୁ ଜଣାଇ ଦିଆଯିବ । ଶ୍ରୀଜଗନ୍ନାଥ ଧାମ କେବଳ ପୁରୀକୁ ବୁଝାଇଥାଏ । ଏହି ଶଦ୍ଦ ଅନ୍ଯ କେହି ବ୍ୟବହାର ନକରିବା ପାଇଁ ଆଲୋଚନା ହୋଇଥିଲା । ଅଦିନିଆ ରଥଯାତ୍ରା ସମ୍ପର୍କରେ ୬ ତାରିଖ ଦିନ ଗଜପତି ମହାରାଜା ଗଣମାଧ୍ୟମକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ମତାମତ ଦେବେ । ସଂସଦ ଭବନରେ ତିନି ରଥର ତିନୋଟି ଚକ ସ୍ଥାପନ ବିଷୟରେ ଆଲୋଚନା ହୋଇଥିଲା ।

ଏହାସହ ଅନ୍ଯାନ୍ଯ ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂଙ୍କ ଓ ପରିଚାଳନା କମିଟିର ନୂତନ ସଦସ୍ଯ ମକ୍ତିମଣ୍ଡପ ପ୍ରତିନିଧି ଡ଼. ସିଦ୍ଧେଶ୍ୱର ମହାପାତ୍ର , ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର (ଟୁକୁ) ସାମନ୍ତରାୟ ,ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ , ବରିଷ୍ଠ ସେବାୟତ ଶ୍ରୀଜଗନ୍ନାଥ ପୁଜାପଣ୍ଡା , ବରିଷ୍ଠ ସେବାୟତ ଗଣେଶ ଦାସମହାପାତ୍ର , ବରିଷ୍ଠ ସେବାୟତ ରାମନାରାୟଣ ଗୋଛିକର , ବଳରାମକୋଟ ମଠ ରଘୁବୀର ଦାସ ମହାରାଜ, ମଠ ଓ ଅନ୍ୟାନ୍ୟ ସଂସ୍ଥା ପ୍ରତିନିଧି, ଡ଼. ଗିରିଶ ଚନ୍ଦ୍ର ମୁର୍ମୁ, ପୂର୍ବତନ ସିଏଜି.ଶ୍ରୀ ଏ.କେ ସାବତ, ଚାଟାର୍ଡ ଆକାଉଣ୍ଟାଣ୍ଟ ମହେଶ କୁମାର ସାହୁ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।