You are currently viewing ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

ବ୍ରହ୍ମପୁର – ବରିଷ୍ଠ ସାମ୍ବାଦିକ, ବିବିଧ ସମ୍ବାଦର ସମ୍ପାଦକ ତଥା ଆଇନଜୀବି ଗୌରାଙ୍ଗ ଚୌଧୁରୀଙ୍କ ମାତା ଶ୍ରୀମତୀ ଜମ୍ଭୁବତୀ ଚୌଧୁରୀଙ୍କ ପରଲୋକ ଘଟିଛି। ବୁଧବାର ବ୍ରହ୍ମପୁର ପୁରୁଣା ବ୍ରହ୍ମପୁର ମେଂଟୁଛକ ସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଧର୍ମ ପରାୟଣ ମହିଳା ଥିଲେ। ମୃତ୍ୟୁ ବେଳେ ତାଙ୍କ ନିକଟରେ ବଡ ପୁଅ ନାରାୟଣ ଚୌଧୁରୀ, ସାନ ପୁଅ ଗୌରାଙ୍ଗ ଚୌଧୁରୀଙ୍କ ସମେତ ୨ ବୋହୂ, ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ତେବେ ଜମ୍ଭୁବତୀଙ୍କ ବିୟୋଗ ଖବର ଶୁଣି ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ବର୍ଗଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ସ୍ଥାନୀୟ ଅଂଚଳବାସୀଙ୍କ ଉପସ୍ଥିତି ରେ ବ୍ରହ୍ମପୁର ନୀଳକଣ୍ଠେସ୍ୱର ଶ୍ୱସାନରେ ସ୍ବର୍ଗତ ଜମ୍ଭୁବତୀ ଚୌଧୁରୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି।