ଖଲ୍ଲିକୋଟ :12/9 ଖଲ୍ଲିକୋଟ ସହର ଓ ଆଖପାଖ ଗ୍ରାମ ସମେତ ଖଲ୍ଲିକୋଟ ସହର ରେ ବୃଦ୍ଧି ପାଉଥିବା ଗୋରୁ ଗାଇ ଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନଙ୍କ ଯତ୍ନ ନେବା ପାଇଁ କୌଣସି ବ୍ୟକ୍ତି ସହାୟତା ର ହାତ ବଢ଼ିଇବା ପରିବର୍ତ୍ତେ ଗୋରୁ ମାନଙ୍କୁ ରାସ୍ତା ଘାଟରେ ଅବହେଳା ପ୍ରଦର୍ଶନ କରୁଛନ୍ତି |ଏଣେ ସରକାରଙ୍କୁ ଓ ସ୍ଥାନୀୟ ତହସିଲଦାର ଓ ଏନ ଏ ସି କର୍ତ୍ତୃପକ୍ଷ ଙ୍କୁ ବହୁବାର ଏକ ଗୋଶାଳା ପାଇଁ ଆବଶ୍ୟକ ଜମି ଓ ଅନୁଦାନ ଦେବା ପାଇଁ ବହୁବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ଶୁଣୁ ନାହାନ୍ତି |ଫଳରେ ବହୁ ଗୋରୁ ଗାଇ ରାସ୍ତା ଦୁର୍ଘଟଣା ରେ ଶିକାର ହୋଇ ଆହତ ହେବା ସହ ମୃତୁ ବରଣ କରୁଛନ୍ତି | ଏଣେ ଗାଇ ଗୋରୁ ମାନେ ଖରା , ବର୍ଷା ଓ ଶୀତ ରେ ହନ୍ତ ସନ୍ତ ହେଉଛନ୍ତି | ତେଣୁ ଖଲ୍ଲିକୋଟ ବଜରଙ୍ଗ ଦଳ ର ସଦସ୍ୟ ମାନେ ନିଃସ୍ୱାର୍ଥ ଭାବେ ସ୍ୱକୀୟ ଅର୍ଥ ପ୍ରଦାନ କରି ଖଲ୍ଲିକୋଟ ଠାରେ ଏକ ଗୋ ସେବା କେନ୍ଦ୍ର ଆରମ୍ଭ କରି ଆହତ ଓ ଆକର୍ମଣ୍ୟ ଗୋରୁ ଗାଇ ଙ୍କ ସେବା ଯତ୍ନ ସାଙ୍ଗକୁ ଚିକିଛା ଦାୟିତ୍ୱ ନେଇଛନ୍ତି |ଏହି ପଦକ୍ଷେପ କୁ ସହର ବାସି ସମେତ ଗୋ ଚାଷୀ ମାନେ ବଜରଙ୍ଗ ଦଳ ଭୂମିକା କୁ ଭୁୟସୀ ପ୍ରଶଂସା କରିଛନ୍ତି |
ରିପୋଟ :ମାଧବ ବେହେରା ଖଲ୍ଲିକୋଟ
