You are currently viewing ଖଲ୍ଲିକୋଟ : କନକା କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ” ସୁରଭି ” ଅନୁଷ୍ଠିତ
ଖଲ୍ଲିକୋଟ : କନକା କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ” ସୁରଭି ” ଅନୁଷ୍ଠିତ

ଖଲ୍ଲିକୋଟ : 27.09 କୋମଳମତି ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ଲାଗି ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ସମଗ୍ର ରାଜ୍ୟରେ ଶିଶୁ ମହୋତ୍ସବ “ସୁରଭି” ଆୟୋଜିତ ହେଉଥିବା ବେଳେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କନକା କ୍ଲଷ୍ଟର ତରଫରୁ ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡିମିରିଆ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁ ମହୋତ୍ସବ “ସୁରଭି” ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି ।

ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ବରିଷ୍ଠ ଶିକ୍ଷକ ବାଲ୍ମୀକି ମିଶ୍ର କରିଥିବା ବେଳେ ଦୀପ ମନ୍ତ୍ର ଉଚ୍ଚାରଣ କରିଥିଲେ । ଅନୁଷ୍ଠାନର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସଂସ୍କୃତ ଶିକ୍ଷୟିତ୍ରୀ ସନ୍ଧ୍ୟା ତ୍ରିପାଠୀ ସରସ୍ୱତୀ ବନ୍ଦନା କରିବା ପରେ କ୍ଲଷ୍ଟର ସି.ଆର୍.ସି.ସି. ଡକ୍ଟର ଦ୍ବାରିକାନାଥ ମହାରଣା ସ୍ୱାଗତ ଭାଷଣ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଆୟୋଜିତ ଉତ୍ସବରେ ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ା ମୁଖ୍ୟ ଅତିଥି , ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ଅର୍ଥନୀତି ବିଭାଗମୁଖ୍ୟ ଡକ୍ଟର ଅଲେଖ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି , ପ୍ରାକ୍ତନ ସରପଞ୍ଚ ତଥା ଯୁବ ସଂଗଠକ ମନୋଜ କୁମାର ଗୈାଡ ମୁଖ୍ୟ ବକ୍ତା, ସମଲ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ବେହେରା ସ୍ୱତନ୍ତ୍ର ଅତିଥି , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ତଅପୋଇ ପରିଡ଼ା, ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲଳିତା ଶବର, ସମାଜର ସାମ୍ବାଦିକ ମାଧବ ବେହେରା, ଅର୍ଗସ୍ ସାମ୍ବାଦିକ ଅଶୋକ କୁମାର ତ୍ରିପାଠୀ, ନିଉଜ୍ 7 ସାମ୍ବାଦିକ ଅଶ୍ୱିନୀ କୁମାର ମହାନ୍ତି, ପ୍ରମେୟ ସାମ୍ବାଦିକ ସୁଜିତ୍ କୁମାର ବେହେରା, ଦିନ ଲିପି ସାମ୍ବାଦିକ ନୀଳାଚଳ ସେନାପତି ପ୍ରମୁଖ ଯୋଗଦେଇ ସରକାରଙ୍କ ସାମଗ୍ରିକ ଶିକ୍ଷା, ଶୈକ୍ଷିକ ପରିବେଶ, ବାଧ୍ୟତାମୂଳକ ଶିକ୍ଷା, ସାମାଜିକ ସଂପୃକ୍ତି , ନୈତିକ ମୂଲ୍ୟବୋଧ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗୁରୁ ଦାୟିତ୍ବ ଆଦି ବହୁବିଧ ଦିଗ ଉପରେ ସାରସ୍ୱତ ଆଲୋଚନା କରିଥିଲେ ।

ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହିତ ଉପଢୌକନ ପ୍ରଦାନ କରାଯାଇଥିଲା । କ୍ଲଷ୍ଟର ପକ୍ଷରୁ ବକ୍ତୃତା, ସଂଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର, ଗଳ୍ପ କଥନ, ତତ୍କାଳ, ଦଳଗତ ନୃତ୍ୟ ଆଦି ବହୁ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ସିଲ୍ ସହିତ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟୂନ ଚଉଦଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଉତ୍ସବରେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଜେନା, ପ୍ରିୟରଞ୍ଜନ ସାମନ୍ତ, ଆଶିଷକାନ୍ତ ପାଢ଼ୀ, ତ୍ରିନାଥ ସ୍ୱାଇଁ, ପ୍ରଫୁଲ୍ଲ ଶବର, ଦେବରାଜ ଗୈାଡ, ହରେକୃଷ୍ଣ ମଲ୍ଲିକ, ଦେବରାଜ ଜାନି, ଜ୍ଞାନରଞ୍ଜନ ଜାଲି, ଏ. ନରସିଂହ ରେଡ୍ଡୀ, ସର୍ବଜିତ୍ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ସଂଗୀତା ନାହାକ, ରେଣୁବାଳା କେଇ, ଲକ୍ଷ୍ମୀପ୍ରିୟା ପାତ୍ର, ସନ୍ଧ୍ୟା ତ୍ରିପାଠୀ, ତପସ୍ୱିନୀ ଜାନୀ, ଅନିତା ବାରିକ, ମୋନାଲିସା ପରିଡ଼ାଙ୍କ ସମେତ ଗ୍ରାମବାସୀ, ଯୁବଗୋଷ୍ଠୀ ସକ୍ରିୟ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଆଞ୍ଚଳିକ ସାଧନ କର୍ମୀ ସଂଯୋଜକ ଡକ୍ଟର ଦ୍ବାରିକାନାଥ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋଟ ମାଧବ ବେହେରା, ଖଲ୍ଲିକୋଟ