ବୁଗୁଡ଼ା ୨୦/୧୨/୨୩ ବୁଗୁଡ଼ା ଏନ୍ ଏ ସି ର ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲର ଦୁଇ ଦିନ ଧରି ୯ ତମ ବାର୍ଷିକ ଖେଳ ପ୍ରତିଯୋଗିତା ବୁଦ୍ଧଗିରି ବିଦ୍ୟାପୀଠ ନିକଟସ୍ଥ ଆଦିପୁର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ବାଲଗୋପାଲ ଶତପଥି ଅଧ୍ଯକ୍ଷତା କରିଥିବା ବେଳେ ଅନୁଷ୍ଠିତ ବାର୍ଷିକ ଖେଳ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ରୂପେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସ୍କୁଲର ନିର୍ଦ୍ଦେଶକ ଏ ଚନ୍ଦନ ଚର୍ଚ୍ଚିତ ପାତ୍ର,ଅବସରପ୍ରାପ୍ତ କ୍ରିଡ଼ା ଶିକ୍ଷକ ଗୋପାଳଚନ୍ଦ୍ର ପାତ୍ର, କ୍ରିଡ଼ା ଶିକ୍ଷକ ହରପ୍ରସାଦ ନନ୍ଦ ଉପସ୍ଥିତ ରହି କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ଧଯ୍ଯର ସହକାରେ ପାଠ ପଢିବା ସହିତ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି କରି ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡାରେ ଖେଳି ନିଜ ଅଞ୍ଚଳର ନାମ ଅର୍ଜନ କରିବାପାଇଁ ପରାମର୍ଶ ଦେଇଥିଲେ। ଏବଂ ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ । କ୍ରୀଡା ଓ ଶିକ୍ଷା ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ୟାରେଡ,ଖେଳ ପତାକା ଉତ୍ତୋଳନ କରାଯାଇ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଶ୍ରୀକାନ୍ତ ଖାଡଙ୍ଗା, ପ୍ରଭଞ୍ଜନ ଖଣ୍ଡୁଆଳ ଉପସ୍ଥିତ ରହି ଖେଳକୁ ପରିଚାଳନାରେ ସହଯୋଗ କରିଥିଲେ ।ଭଞ୍ଜକିଶୋର ସେଠୀ, ପ୍ରଦୀପ କୁମାର ପ୍ରଧାନ,ବିଷ୍ଣୁ ପ୍ରିୟା ଖାଡଙ୍ଗା,ଲିଫା ଦାସ, ଗୀତାଞ୍ଜଳି ଚୌଧୁରୀ ସମେତ ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
