ବଲାଙ୍ଗୀର, ୨୪.୦୯
ଭାରତୀୟ ସାମ୍ବାଦିକ ସଂଘ ସହବନ୍ଧିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଙ୍ଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ, ବଲାଙ୍ଗୀର ଜଳସେଚନ ବିଭାଗର ଡାକ ବଙ୍ଗଳାରେ ମୁଖ୍ୟ ସଂଯୋଜକ ଜନାବ୍ ଖାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ
ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ତାଙ୍କ ସହିତ ଗଞ୍ଜାମ ଜିଲ୍ଲା ସଭାପତି ଅରୁଣ କୁମାର ପଣ୍ଡା, କଳାହାଣ୍ଡି ଜିଲ୍ଲା ସଭାପତି ହେମନ୍ତ କୁମାର ରାୟ ଏବଂ ନୂଆପଡ଼ା ଜିଲ୍ଲା ସଭାପତି କେଦାରନାଥ ଜଗତ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଜିଲ୍ଲାରେ ଏକ

କାର୍ଯ୍ୟକାରିଣୀ କମିଟି ଗଠନ କରାଗଲା। ସଭାପତି ଭାବେ ଜନାବ୍ ଖାଁ, ଉପସଭାପତି ଧର୍ମେନ୍ଦ୍ର ନାଗ, ସାଧାରଣ ସମ୍ପାଦକ ବିନୟ କୁମାର ନନ୍ଦ, ସମ୍ପାଦକ କଞ୍ଜର୍ କାନ୍ତ ମୁନା,
ସଂପଦ ତାଣ୍ଡି , ପୂର୍ଣ୍ଣ ଶଶି ଶେଖର ରାଓ, କୋଷାଧକ୍ଷ ଘନ ନାଗ ସମେତ ଜିଲ୍ଲା କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଲିଙ୍ଗରାଜ ଶେଠ୍ , ହେମାଶଗର ସାହୁ , ଚନ୍ଦ୍ରଭାନୁ ପଧାନ, ଡୋଲେଶ୍ୱର୍ ମେହେର, ବିନୋଦ ଦୀପଙ୍କୁ ନିର୍ବାଚିତ କରାଯାଇଥିଲା। ପରିଶେଷରେ ସାଧାରଣ ସମ୍ପାଦକ ବିନୟ କୁମାର ନନ୍ଦ ଧନ୍ୟବାଦ୍ ଦେଇ ସଭାସାଙ୍ଗ

