You are currently viewing ତାରା ତାରିଣୀ ମହା ବିଦ୍ୟାଳୟ ର ଅଧକ୍ଷ ଙ୍କୁ ବିଦାୟ ସମ୍ବର୍ଦନା
ତାରା ତାରିଣୀ ମହା ବିଦ୍ୟାଳୟ ର ଅଧକ୍ଷ ଙ୍କୁ ବିଦାୟ ସମ୍ବର୍ଦନା

ପୁରୁଷୋତ୍ତମପୁର ସହର ରେ ଥିବା ତାରା ତାରିଣୀ ମହା ବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ବାସୁଦେବ ମହାପାତ୍ରଙ୍କ ସଭାପତିତ୍ୱରେ ଅଧକ୍ଷ ଡ଼ଃ ସିମଞ୍ଚଳ ପଟନାୟକ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଉଛବ ଅନୁଷ୍ଠିତ ହୋଇଛି | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଅଧକ୍ଷ ଦାୟିତ୍ୱ ନେଇଥିବା ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା, ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଏଜୁକେସନ ଅଧ୍ୟାପିକା ଡ଼ଃ ଗାୟତ୍ରୀ କୁମାର ଦାଶ, ଡ଼ଃ ସନ୍ଧ୍ୟା ରାଣୀ ପାତ୍ର ଡ଼ଃରମେଶଚନ୍ଦ୍ରସେନାପତି, ଡ଼ଃ ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ |

ଏମାନଙ୍କ ବ୍ୟତୀତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନେ ଉପସ୍ଥିତ ରହି ଅଧକ୍ଷ ଙ୍କ କାର୍ଯ୍ୟକାଳ ର ସ୍ମୃତି ଚାରଣ କରିଥିଲେ | ଡ଼ଃ ସିମାଞ୍ଚକ ପଟନାୟକ 1989 ମସିହାରେ ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ଭାବେ ଏହି ତାରା ତାରିଣୀ ମହାବିଦ୍ୟାଳୟ ରେ ଜଏନ କରିଥିଲେ | ଦୀର୍ଘ 31ବର୍ଷ ଅଧ୍ୟାପକରହିବାପରେ 2019 ଅଗଷ୍ଟ 31 ତାରିଖ ରେ କଲେଜର ପୂର୍ବତନ ଅଧକ୍ଷ ଡ଼ଃ ବିଘ୍ନ ରାଜପଟନାୟଜଙ୍କ ଅବସର ପରେ ସେହି ଦିନ ଡ଼ଃ ସିମାଞ୍ଚଳ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ |

ଏବଂ ସେହି ଦିନ ଠାରୁ ଆରମ୍ଭ କରି ଦୀର୍ଘ 5ବର୍ଷ ହେଲା ଅଧକ୍ଷ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନା କରିଥିଲେ | ତେବେ ନିଜର କର୍ତ୍ତବ୍ୟ ନିଷ୍ଟ, ସମୟନୁ ବର୍ତ୍ତିତା, ଓ ସହଯୋଗୀ ଆଧ୍ୟାପକ, ଅଧ୍ୟାପିକା ମାନଙ୍କ ସହିତ ଉତ୍ତମ ସୁସମ୍ପର୍କ, ଉତ୍ତମ ବ୍ୟବହାର, ଏବଂ ଭଲ ଅନୁଶାସନ ଯୋଗୁଁ କଲେଜ ରେ ବିଶୃଙ୍ଖଳିତ ଛାତ୍ର, ଛାତ୍ରୀ ମାନଙ୍କୁ ମିଷ୍ଟ କଥା କହି, କାକେଜରେ ଷ୍ଟାଫ ଓ ଛାତ୍ର, ଛାତ୍ରୀ ମାନଙ୍କ ଆସିବା ସମୟ ର ଉପସ୍ଥିତ ରେଜିଷ୍ଟ୍ରର ରେ ସ୍ଵାକ୍ଷର କରି ଯିବାକୁ ଏକ ନିର୍ଦ୍ଧେଶ ନାମା ଜାରିକରି ତାଙ୍କପାଖରେ ଥିବା ପ୍ରତିଭା ର ପରିଚୟ ଦେଖାଇ ଥିଲେ |

ଛାତ୍ର, ଛାତ୍ରୀ ଙ୍କ ଠାରୁ ସମସ୍ତ ଷ୍ଟାପ ଙ୍କ ପାଖରେ ସେ ଠିକ କାମରେ ବହୁତ ନରମ ଓ ଠକାମୀ ଏବଂ ମିଛ ଉପରେ ତାଙ୍କର ଗରମ ବ୍ୟବହାର ବାରି ହେଇ ପଡୁଥିଲା | ତାଙ୍କର ଏହି ପରିଚାଳନା ଦକ୍ଷତା ଯୋଗୁଁ ଏବଂ ସମସ୍ତ ଷ୍ଟାଫ ଙ୍କ ସହଯୋଗ ରେ ଆଜି ତାରା ତାରିଣୀ ମହାବିଦ୍ୟାଳୟ ଓଡ଼ିଶାର ସବୁଠାରୁ ଶ୍ରେଷ୍ଠ ରେଭେନ୍ସା ମହାବିଦ୍ୟାଳୟ ସହିତ ଛାତ୍ର, ଛାତ୍ରୀ ମାନେ ରିଜଲ୍ଟରେ ସମାନତା ଆଣି ପାରୁଛନ୍ତି | ସେଥିପାଇଁ ଛାତ୍ର, ଛାତ୍ରୀଙ୍କ ଯେଉଁ ପ୍ରଚେଷ୍ଟା, ଶିକ୍ଷକ ଶିକ୍ଷୟତ୍ରୀ, ଆଧ୍ୟାପକ , ଅଧ୍ୟା ପିକା ମାନଙ୍କ ଯେଉଁ ନିଷ୍ଠା ଏବଂ ଅଧକ୍ଷ ଙ୍କ ଯେଉଁ କର୍ତ୍ତବ୍ୟ ନିଷ୍ଟ ତା ଆଜି ଗଞ୍ଜାମ ଜିଲ୍ଲା ନୁହଁ ଓଡ଼ିଶାରେ ମଧ୍ୟ ନାଁ ରଖି ବାରେ ସମର୍ଥ ହେବାରେ ସଫଳ ପାଇ ପାରିଛି | ତେବେ ସେହି ଅଧକ୍ଷ ଡ଼ଃ ସିମାଞ୍ଚଳ ପଟନାୟକଙ୍କ ବିଦାୟ ସମ୍ବର୍ଦ୍ଧନା ଉଚ୍ଚବରେ ସମସ୍ତ ଅଧାପକ, ଅଧ୍ୟାପିକା ଓ ଷ୍ଟାଫ ମାନେ ତାଙ୍କର ଏହି ପାଞ୍ଚ ବର୍ଷର ଦାୟିତ୍ୱ ଉପରେ ଏବଂ ତାଙ୍କର ଏହି ଉତ୍ତମ ପରିଚାଳନା ଉପରେ ଭାବ ବିହ୍ଵକ ହୋଇ ସେମାନଙ୍କ ମତାମତ ପ୍ରଦାନ କରିଥିଲେ |

ଶେଷରେ ତାଙ୍କର ଏହି ପ୍ରଶାସନିକ ଦକ୍ଷତା ଓ ପରିଚାଳନା ପାଇଁ ଏହି କଲେଜ ରେ ସେ ସବୁବେକେ ଏକ ଦିଗଦର୍ଶନ ବ୍ୟକ୍ତି ରୂପେ ସମସ୍ତଙ୍କ ମନେ ରହିବେ | ଏହି କଲେଜ ପାଇଁ ତାଙ୍କର ଯେଉଁ ଅବଦାନ ରହିଛି ତାହାକୁ ସବୁବେଳେ ସବୁ ସମୟରେ ଅନ୍ୟ ଅଧକ୍ଷ ମାନେ ଏହାକୁ କିଛି ନୂତନ ଦିଗ ଦର୍ଶନ ଭାବେ ଅନୁସରଣ କରିବେ | ଅଧକ୍ଷ ଡ଼ଃ ସିମାଞ୍ଚଳ ପଟନାୟକ ଙ୍କ ବିଦାୟ ସମ୍ବର୍ଦ୍ଧନା ଉଛବରେ ତାଙ୍କର ଏହି ପାଞ୍ଚ ବର୍ଷ ର ମହାବିଦ୍ୟାଳୟ ର ଅଧକ୍ଷ ଭାବେ ବହୁ ଉର୍ନ୍ନତି କରିଥିଲେ ମଧ୍ୟ ଗୋଟିଏ କଥା ତାଙ୍କର ଅବଶୋଷ ରହିଗଲା ତାହା ହେଉଛି ନାକ ର (ଏ ) ଗ୍ରେଡ଼ ମାନ୍ୟତା ପାଇବା ପାଇଁ କିନ୍ତୁ ବର୍ତମାନ କଲେଜ( ବି )ଗ୍ରେଡ଼ ମାନ୍ୟତା ପାଇଛି |

କିନ୍ତୁ ଏ ଗ୍ରେଡ଼ ଲାଗି ଚେଷ୍ଟା ସମୟରେ ସେତେବେଳରକରୁଣା ମହାମାରୀ ଯୋଗୁଁ ତାହାସମ୍ଭବ ହୋଇ ପାରିଲା ନାହିଁ ବୋଲି ସେ କ୍ଷବୋର ସହ କହିଥିଲେ | ଏପଟେ ଆଜି ମହାବିଦ୍ୟାଳୟ ର ନୂତନ ଅଧକ୍ଷ ଭାବେ ଦାୟିତ୍ୱ ନେଇଥିବା ବରିଷ୍ଟ ଅଧ୍ୟାପକ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା ଙ୍କ କହିବା କଥା ସେ କଲେଜର ଗୌରବ ଓ ଗାରିମା କୁ କେବେ ହେଲେ କୌଣସି ସମୟରେ ମଧ୍ୟ ତାଙ୍କରି ସମୟରେ ତଳେ ପକେଇ ଦେବି ନାହିଁ ,ଓ ଗଞ୍ଜାମ ଜିଲ୍ଲା ରେ ଏହି ତାରା ତାରିଣୀ ମହାବିଦ୍ୟାଳୟ କୁ ବିଶ୍ୱ ବିଦ୍ୟାଳୟ ସ୍ତରରେ କିପରି ଏକ ଗୁନବତ୍ତା ମହାବିଦ୍ୟାଳୟ ଭାବେ ଗଢ଼ି ତୋଳିବେ ତା ସହିତ କଲେଜ ରେ ସମସ୍ତ ଷ୍ଟାଫ ଙ୍କ ସହିତ ସୁମଧୁର ବ୍ୟବହାର କରି ସମସ୍ତଙ୍କ ସହିତ ସୁସମ୍ପର୍କ ରଖି ପରିଚାଳନା କରିବି ଏବଂ ଛାତ୍ର ଛାତ୍ରୀଙ୍କସବୁ ସମୟରେ ସେମାନଙ୍କୁ ଶିକ୍ଷା କ୍ଷେତ୍ର ରେ ସହଯୋଗ କରିବି ବୋଲି ମତ ଦେଇଛନ୍ତି | ଏବଂ ଶେଷରେ ପୂର୍ବତନ ଅଧକ୍ଷ ଙ୍କୁ ବିଦାୟ ସମ୍ବର୍ଦନା ଦେଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଅନ୍ତ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ