You are currently viewing ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଙ୍କ ୧୧୮ତମ ଜନ୍ମ ଜୟନ୍ତୀ ପାଳିତ।
ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଙ୍କ ୧୧୮ତମ ଜନ୍ମ ଜୟନ୍ତୀ ପାଳିତ।

ତାଳଚେର (ଦିଲୀପ କୁମାର ଚୋପଦାର) ଗଡଜାତ ଆନ୍ଦୋଳନ ର ମୁଖ୍ୟ ପୁରୋଧା ,ଆଜନ୍ମ ବିପ୍ଲବୀ ତଥା ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ଜନନେତା ପବିତ୍ର ମୋହନ ପ୍ରଧାନ ଙ୍କ ଆଜି ୧୧୮ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ତାଳଚେର ପବିତ୍ର ମୋହନ ପ୍ରଧାନ ସ୍ମୁତୀ କମିଟି ପକ୍ଷରୁ ଆବାହକ ତପନ ମହାରଣା ଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ତାଳଚେର ପୌର ପରିଷଦ ର ନଗରପାଳ ପବିତ୍ର ଭୁତିଆ ଯୋଗ ଦେଇ ତାଳଚେର ପବିତ୍ର ମୋହନ ଛକ ସ୍ଥିତ ପବିତ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପଵିତ୍ରମୋହନ ଙ୍କ ନୀତି ଆଦର୍ଶ ସମ୍ପର୍କ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ସେହିପରି ଅନ୍ୟତମ ଅତିଥି ଭାବେ ଅନୁଗୁଳ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ ଯୋଗଦେଇ ତାଳଚେର ର ବରପୁତ୍ର ପବିତ୍ର ପ୍ରଧାନ ଙ୍କ ଜୀବନୀ ,ଆଦର୍ଶ ସମ୍ପର୍କରେ ଉପସ୍ଥିତ ପବିତ୍ର ପ୍ରେମୀ ମାନଙ୍କୁ ସୂଚନା ଦେଇଥିଲେ ।ସେହିପରି ପ୍ରଶାସନିକ ଅଧିକାରୀ ତାଳଚେର ଡେପୁଟି କଲେକ୍ଟର ବିକାଶ ରଞ୍ଜନ ଶବର ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ନମ୍ବର ୱାର୍ଡ ଆସିଫ ଖାଁ , ଯଶୋବନ୍ତ ମିଶ୍ର ,ମମତା ରାଉତ ,ସଂଜୀବ ଗଡ଼ନାୟକ, ସବିତା ପାଲ, ବଲବିନ୍ଦର କୌର ଅମ୍ବିକା ବେହେରା ,ଶ୍ରମିକ ନେତା ବାବୁନି ସ୍ୱାଇଁ , ସ୍ମୃତି କମିଟି ସଭାପତି ଜିତେନ୍ଦ୍ର ମହାପାତ୍ର ,ଅକ୍ଷୟ ମହାନ୍ତି ସ୍ମୃତି କମିଟି ସମ୍ପାଦକ ଶିତି କାନ୍ତ ବାରିକ ,ଜଗନ୍ନାଥ ସେବକ ପ୍ରଫୁଲ୍ଲ ଦାସ ,ଆମ ପ୍ରତିଭା ଆମ ପରିଚୟ ଓ ଆଗେଇବା ପରିବାର ପକ୍ଷରୁ ବରିଷ୍ଟ ସାମ୍ବାଦିକ ପ୍ରକାଶ ସାହୁ , ଯୁବ ନେତା ରଜୀଵ ରାଉତ , ପ୍ରମୁଖଙ୍କ ସମେତ ବହୁ ବିଭିର୍ଣ୍ଣ ବର୍ଗର ପବିତ୍ର ପ୍ରେମୀ ମହିଳା ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ବୀର ପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ତାଳଚେର ପୋୖର ପ୍ରଶାସନ ପକ୍ଷରୁ ବଡ ବାବୁ ଚିତ୍ତରଞ୍ଜନ ସାହୁ ଙ୍କ ନେତୃତ୍ୱରେ ପ୍ରତିମୂର୍ତ୍ତି କୁ ସଫାସୁତରା କରି ଆୟୋଜନର ବ୍ୟବସ୍ତା କରାଯାଇଥିଲା ।।