You are currently viewing ସାଈ ଗୁରୁକୁଳ ବିଦ୍ୟାଳୟରେ ଆଚାର୍ଯ୍ୟ/ଅଚାର୍ଯ୍ୟ। ପ୍ରଶିକ୍ଷଣ କର୍ମଶାଳା
ସାଈ ଗୁରୁକୁଳ ବିଦ୍ୟାଳୟରେ ଆଚାର୍ଯ୍ୟ/ଅଚାର୍ଯ୍ୟ। ପ୍ରଶିକ୍ଷଣ କର୍ମଶାଳା

ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟ। ମାନଙ୍କୁ ନେଇ ଏକ ପ୍ରସଙ୍ଗ ଭିତ୍ତିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅଜିତ କୁମାର ଶତପଥୀ ଆବାହକ ତଥା ମୁଖ୍ୟ ଆୟୋଜକ ରହିଛନ୍ତି । ଆଜି ପ୍ରଥମ ଦିବସ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଘୁମୁସର ବନ ବିଭାଗ ବନ ଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ ,(ଓଡ଼ିଶା ବନ ସେବା)ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲା ବେଳେ ଅନୁଷ୍ଠାନର ସଭାପତି ଶ୍ରୀ ଶୂଳ ପାଣି ଶତପଥୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ପ୍ରଥମ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ପରିବେଶ ପ୍ରେମୀ ବନ ସାଥୀ ତଥା ସେକ୍ସନ୍ ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ ” ଘୁମୁସର ଜଙ୍ଗଲ ଇତିହାସ, ଋଷିକୂଲ୍ୟା ଜୈବ ବିବିଧତା ପରି ମଣ୍ଡଳ ସଂରକ୍ଷଣ,ବନାଗ୍ନି ନିୟନ୍ତ୍ରଣ ତଥା ପରିବେଶ ସୁରକ୍ଷାର ବିଭିନ୍ନ ବୈଜ୍ଞାନିକ ସୂତ୍ର ଓ ପ୍ରାଚୀନ ବନଃସ୍ପତି ବୈଦିକ ପରମ୍ପରା ପ୍ରସଙ୍ଗ ଉପରେ ତଥ୍ୟ ଭିତ୍ତିକ ତାଲିମ ପ୍ରଦାନ କରିଥିଲେ ।


ଦ୍ଵିତୀୟ ପର୍ଯ୍ୟାୟର ପ୍ରଶିକ୍ଷକ ତାଲିମ ଦାତା ଥିଲେ ବଡପଡ। ହାଇସ୍କୁଲ ଗଣିତ ଶିକ୍ଷକ ଶ୍ରୀ ଛାୟାକାନ୍ତ ମହାପାତ୍ର। ଆମ ବ୍ୟବହାରିକ ପରିମେୟ ,ଅପରିମେୟ ସଂଖ୍ୟା ଓ ଶୂନ୍ୟ।ଙ୍କ ତତ୍ତ୍ଵ ପ୍ରସଙ୍ଗ ଉପରେ ସେ ଗାଣିତିକ ତାଲିମ ପ୍ରଦାନ କରି ଗଣିତ ବିଷୟ ମଧ୍ୟ ସାମାଜିକ ସାହିତ୍ୟର ଏକ ଅଂଶ ବିଶେଷ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀ ପଞ୍ଚାନନ ସାହୁ ଓ ଏହି ବିଦ୍ୟାଳୟର ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସହକାରୀ ଶିକ୍ଷକ ଶ୍ରୀ ରବୀନ୍ଦ୍ରନାଥ ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ତଥା ଶିକ୍ଷକ ଶିକ୍ଷୟତ୍ରୀ ବର୍ଗ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ ପରିଚାଳନାଗତ ସକ୍ରିୟ ସହଯୋଗ କରିଥିଲେ ।
ସଭାପତି ଶ୍ରୀ ଶୂଳ ପାଣି ଶତପଥୀଙ୍କ କହିବା ଅନୁଯାୟୀ ଆଗାମୀ କାଲି ମଧ୍ୟ ଏହି ଦୁଇ ଦିନିଆ କର୍ମଶାଳା ଚାଲୁ ରହିବ ଓ ଅନ୍ୟାନ୍ୟ ଅନେକ ତାଲିମ ଦାତା ପ୍ରଶିକ୍ଷକ ନିଜ ନିଜ ପ୍ରସଙ୍ଗ ପରିବେଷଣ କରିବେ । ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଘୁମୁସର ବନ ପ୍ରଶାସକ ଶ୍ରୀ ବିନୋଦ ଆଚାର୍ଯ୍ୟ ଉକ୍ତ ଶିକ୍ଷା ଅନୁଷ୍ଠାନର ଏତାଦୃଶ ବୈଷୟିକ କର୍ମଶାଳା ଆୟୋଜନକୁ ଭୂରି ଭୂରି ପ୍ରଶଂସା କରିଥିଲେ ।
ତେବେ, ବିଶେଷ କରି ବିଭିନ୍ନ ଅଞ୍ଚଳରେ ସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଯଥା ବେଲଗୁଣ୍ଠା, ତନରଡା, ବୀର ଧନଞ୍ଜୟପୂର୍ ,ନଟେଙ୍ଗା, ଜଗନ୍ନାଥ ପ୍ରସାଦ ଓ ସ୍ଥାନୀୟ ସାଇ ଗୁରୁକୁଳର ଆଚାର୍ଯ୍ୟ ଓ ଆଚାର୍ଯ୍ୟ। ମାନେ ଏହି ତାଲିମ କର୍ମଶାଳାରେ ଯୋଗ ଦେଇଥିଲେ ।