ପୁରୀ,୭/୬-ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ରବିବାର ଦିନ ଗ୍ରାମ ନ୍ୟାୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବ୍ରହ୍ମଗିରି ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ ରମା ଶଙ୍କର ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ରୂପେ ବ୍ରହ୍ମଗିରି ଗ୍ରାମ ନ୍ୟାୟାଳୟ ଅଧିକାରୀ ବିଚାରପତି ନିତ୍ୟାନନ୍ଦ ଚୌଵେ ଯୋଗଦାନ କରି ଗ୍ରାମ ନ୍ୟାୟାଳୟର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ସେ କହିଥିଲେ ଯେ ଲୋକଙ୍କ ଦ୍ବାର ଦେଶରେ ମାଗଣାରେ କିମ୍ବା ସ୍ୱଳ୍ପ ଖର୍ଚ୍ଚରେ ସାଧାରଣ ଗ୍ରାମୀଣ ଜନତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଗ୍ରାମ ନ୍ୟାୟାଳୟର ମୁଖ୍ୟ ଉଦ୍ଦେଶ୍ୟ। ଆଇନଜୀବୀ, ବିଚାରପତି ଓ ନ୍ୟାୟାଳୟ ର କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରହିଲେ ଗ୍ରାମ ନ୍ୟାୟାଳୟ ଏକ ନ୍ୟାୟିକ ସେବା ଆନ୍ଦୋଳନ ରେ ପରିଗଣିତ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଏହି ଅବସରରେ ମଞ୍ଚାସୀନ ଅତିଥି ରୂପେ ବାର୍ ଆସୋସିଏସନ୍ ସମ୍ପାଦକ ବାଦଲ କୁମାର ରାଉଳ,ଉପ ସଭାପତି କାହ୍ନୁ ଚରଣ ପ୍ରଧାନ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ସହକାରୀ ସରକାରୀ ଓକିଲ ବିଶ୍ବମ୍ବର ସାମନ୍ତରାୟ, ପୂର୍ବତନ ସହକାରୀ ସରକାରୀ ଓକିଲ ହରେକୃଷ୍ଣ ମଲ୍ଲିକ, ପୂର୍ବତନ ସହକାରୀ ସରକାରୀ ଓକିଲ ଭାସ୍କର ଚନ୍ଦ୍ର ଜେନା , ରବିଶଙ୍କର ଜେନା,ଆଇନଜୀବୀ ସୁଧୀର ନାୟକ, ସତ୍ୟନାରାୟଣ ମହାପାତ୍ର, ଚିତ୍ରସେନ ପ୍ରଧାନ , ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ହରପ୍ରିୟା ପାତ୍ର,ସୁରେଶ ଚନ୍ଦ୍ର ମହାନ୍ତି,ସମ୍ବିତ କୁମାର ବରାଳ, ପୂର୍ଣଚନ୍ଦ୍ର ସାହୁ ଓ ଦିଗମ୍ବର ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ଆଇନଜୀବୀ ଦେବରାଜ ପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆଇନଜୀବୀ ପ୍ରଦୀପ କୁମାର ମହାନ୍ତି, ମାନସୀ ହରିଚନ୍ଦନ,ଲକ୍ଷ୍ମୀକାନ୍ତ ମହାନ୍ତି,କୃଷ୍ଣଚନ୍ଦ୍ର ସୁନ୍ଦରା, ପୂର୍ଣଚନ୍ଦ୍ର ଭୋଇ , ବ୍ରହ୍ମଚାରୀ ପଲାଇ, ନିର୍ମଳ ପରିଡ଼ା ପ୍ରମୁଖ ଏହି ଉତ୍ସବକୁ ସଫଳ କରାଇବାରେ ସହଯୋଗ କରିଥିଲେ।
