You are currently viewing ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ।କହିଲେ ସୀମା ଟପିଲା ଧୈର୍ଯ୍ୟ
ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ।କହିଲେ ସୀମା ଟପିଲା ଧୈର୍ଯ୍ୟ

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ଦେଇଛନ୍ତି। କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡିରେ ତାଙ୍କ ମତକୁ ଗ୍ରହଣ କରାଯାଉନଥିବା କାରଣରୁ ସେ ଇସ୍ତଫା ଦେଉଥିବା କହିଛନ୍ତି।ଦଳ ଛାଡିବାର କାରଣ ପଚାରିବାରୁ ସେ କହିଛନ୍ତି, ଗତ ୨ବର୍ଷ ଧରି ମୁଁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲି। କୌଣସି ଦଳୀୟ କଥାରେ ମତ ପ୍ରକାଶ କରୁ ନ ଥିଲି। କାରଣ ଦଳରେ ମୁଁ ଯାହ କହୁଥିଲୁ ମୋ କଥା କେହି ଶୁଣୁ ନ ଥିଲେ।