You are currently viewing ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପ ଦେଲେ ବିଜେପି ନେତା ପ୍ରତାପ ନାୟକ
ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପ ଦେଲେ ବିଜେପି ନେତା ପ୍ରତାପ ନାୟକ

କୋଦଳା, ସାରା ଦେଶ ଆଜି ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ ରୂପ ଦେଇଛନ୍ତି ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ. ପ୍ରତାପ ଚନ୍ଦ୍ର ନାୟକ | ସ୍ୱାଧୀନତା ଦିବସ ଅବସରରେ ଏକ ବାଇକ ଶୋଭାଯାତ୍ରା ରେ ବାହାରି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ | ଏହି ଶୋଭାଯାତ୍ରା କବିସୂର୍ଯ୍ୟନଗର ର ବଜାର ସମେତ ବିଭିନ୍ନ ସାହି ରେ ପରିକ୍ରମା କରିଥିଲା | ଏହି କାର୍ଯ୍ୟକ୍ରମ ରେ ଶ୍ରୀ ନାୟକ ଙ୍କ ସମେତ ବିଜେପି ନେତା ବିଶ୍ୱଜିତ ମହାପାତ୍ର, ଶିବ ପଣ୍ଡା, ତପନ ନାହାକ, ପିତାମ୍ବର ସେନାପତି, ଶ୍ରୀକାନ୍ତ ମହାପାତ୍ର, ଶ୍ରୀକାନ୍ତ ପଣ୍ଡା, ଚିନ୍ମୟ ମିଶ୍ର, କୃଷ୍ଣ ଜେନା, ଗୌରୀ ଶଙ୍କର ବାହିନୀପତି ଙ୍କ ସମେତ ଶତାଧିକ ବିଜେପି କର୍ମୀ, ସମର୍ଥକ ଉପସ୍ଥିତ ଥିଲେ |ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।