You are currently viewing ତାଳଚେରରେ AIRF ସାଧାରଣ ସମ୍ପାଦକ ଓ ପୂର୍ବତଟ ରେଳପଥ GMଙ୍କ ଦ୍ୱାରା ECoRSU ର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ
ତାଳଚେରରେ AIRF ସାଧାରଣ ସମ୍ପାଦକ ଓ ପୂର୍ବତଟ ରେଳପଥ GMଙ୍କ ଦ୍ୱାରା ECoRSU ର ନୂତନ ଶାଖା କାର୍ଯ୍ୟାଳୟ ଉଦଘାଟିତ

ତାଳଚେର : ତାଳଚେର ରେଳଷ୍ଟେସନ ପରିସରରେ ଇଷ୍ଟ କୋଷ୍ଟ ରେଳୱେ ଶ୍ରମିକ ୟୁନିଅନ (ECoRSU) ର ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ଅଲ୍ ଇଣ୍ଡିଆ ରେଳୱେମେନ୍ସ ଫେଡେରେସନ୍ (AIRF) ର ସାଧାରଣ ସମ୍ପାଦକ ତଥା NCJCM (Staff Side) ର କନଭେନର କମ୍ରେଡ୍ ଶିବଗୋପାଳ ମିଶ୍ର ମୁଖ୍ୟ ଅତିଥିଭାବେ,ଶ୍ରୀ ପରମେଶ୍ଵର ଫୁଂକୱାଲ GM ECoR ଏବଂ ଶ୍ରୀ ଡ଼ି. ସୁନିଲ DRM ଖୋର୍ଦ୍ଧା ରୋଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୟୁନିଅନର ନୂତନ ତାଳଚେର ଶାଖା କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ପୂରୁଣା କାର୍ଯ୍ୟାଳୟ ବଦଳରେ ରେଳ ପ୍ରଶାସନ ପକ୍ଷରୁ ନିର୍ମିତ ଏହି ଆଧୁନିକ କାର୍ଯ୍ୟାଳୟ ଶ୍ରମିକମାନଙ୍କ ସେବା ଓ ସଂଘର୍ଷର ନୂଆ କେନ୍ଦ୍ରବିନ୍ଦୁ ସାଜିବ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ (GM) ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଳ ପ୍ରଶାସନ ଓ ଶ୍ରମିକ ସଂଗଠନ ମଧ୍ୟରେ ଥିବା ସୁସମ୍ପର୍କକୁ ଦୋହରାଇଥିଲେ। ତାଳଚେର ରେଳ ଷ୍ଟେସନ ଇଷ୍ଟକୋଷ୍ଟ ଜୋନର ଏକ ପ୍ରମୁଖ ଷ୍ଟେସନ ଏବଂ ତାଳଚେର ଷ୍ଟାଫଙ୍କର କଠିନ ପରିଶ୍ରମ ଯୋଗୁ ତାଳଚେର ଷ୍ଟେସନ ସର୍ବଧିକ Earnings Station ଭାବେ ନାମିତ ହୋଇପାରିଛି। ECoRSU ର ସାଧାରଣ ସମ୍ପାଦକ କମ୍ରେଡ୍ ପି. କେ. ପଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବାର୍ଷିକ ସାଧାରଣ ସଭା (AGM) ରେ ଶତାଧିକ ରେଳ କର୍ମଚାରୀ ସାମିଲ ହୋଇଥିଲେ।
ସଭାରେ କମ୍ରେଡ୍ ଶିବଗୋପାଳ ମିଶ୍ର କହିଥିଲେ ଯେ, ରେଳ କର୍ମଚାରୀଙ୍କ ପେନସନ୍ ଅଧିକାର ଓ ସୁରକ୍ଷା ପାଇଁ AIRF ର ଲଢ଼େଇ ଜାରି ରହିବ। ଏହି ଅବସରରେ ତାଳଚେର ଅଞ୍ଚଳର ରେଳ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା, ବିଶେଷ କରି ସେଫ୍ଟି କାଟାଗୋରୀ ପଦବୀ ପୂରଣ ଓ କର୍ମଚାରୀଙ୍କ ବାସଗୃହ ସମସ୍ୟା ତଥା ଲୋକ ପାଇଲଟ ମାନଙ୍କର ମାଇଲେଜ ଠାରୁ ଆରମ୍ଭକରି ଟ୍ରାକମେନ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି (CEC), ଯୁବ କମିଟି ଓ ତାଳଚେର ଶାଖାର ସମସ୍ତ ସଦସ୍ୟ ତଥା ସମସ୍ତ ବିଭାଗର ରେଳକର୍ମଚାରି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ତାଳଚେର ଶ୍ରମିକ ୟୁନିଅନ ଶାଖାତରଫରୁ ସମସ୍ତ ପୂର୍ବତନ ଶାଖା ସମ୍ପାଦକମାନଙ୍କୁ ନିମନ୍ତ୍ରଣ କରାଯାଇ ୟୁନିଅନର ଏକତାକୁ ଦର୍ଶାଇଥିଲା। ଶାଖା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର କାର୍ଯ୍ୟାଳୟ ପ୍ରତିଷ୍ଠାର ମଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ଶାଖା ସମ୍ପାଦକ ଶ୍ରୀ ପୁଷ୍ପକ କୁମାର ସାହୂ ସ୍ୱାଗତ ଅଭିଭାଷଣ କରିଥିଲେ।