You are currently viewing ସିଆରିମାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା ପଦ ଯାତ୍ରା
ସିଆରିମାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା ପଦ ଯାତ୍ରା

ବେଲଗୁଣ୍ଠା,୨୧/୦୮, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅଧାରୁ ପାଠ ଛାଡ଼ିଥିବା ଏବଂ ମୂଳରୁ ନାମ ଲେଖାଇ ନଥିବା ଛଅରୁ ଅଠର ବର୍ଷ ବୟସର ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା ପଦ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଆସ ସ୍କୁଲ୍ ଯିବା କମିଟି ମଧ୍ଯ ଗଠିତ ହୋଇଥିଲା I ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ଲାକାର୍ଡ ଏବଂ ବ୍ୟାନର୍ ଧରି ପଦଯାତ୍ରା କରିବା ସହ ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ପାଞ୍ଚ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟକୁ ପଠାଇବା ନିମନ୍ତେ ସଚେତନତ କରିବା ସହ କାହାକୁ ମଧ୍ୟ ଶିକ୍ଷା ଭଳି ମୌଳିକ ଅଧିକାରରୁ ବଞ୍ଚିତ ନକରିବା ପାଇଁ ଅନୁରୋଧ କରିଥିଲେ I ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁଦାମ ବେହେରା, ସତ୍ୟନାରାୟଣ ସ୍ୱାଇଁ,ସୁବ୍ରତ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଶିକ୍ଷକ ସଞ୍ଜୟ କୁମାର ମେହେର୍ ଧନ୍ୟବାଦ ଜ୍ଞାପନ କରିଥିଲେ I

ଫଟୋ