You are currently viewing ଖଲ୍ଲିକୋଟ ବ୍ଲକ ରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା
ଖଲ୍ଲିକୋଟ ବ୍ଲକ ରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା

ଖଲ୍ଲିକୋଟ :25/8 ରବିବାର ଦିବା ୧୧ ଘଟିକା ସମୟରେ ଖଲ୍ଲିକୋଟ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହ ଠାରେ ‘ଲଖପତି ଦିଦି ‘ ସମ୍ମାନ ପ୍ରଦାନ ଉଛବ ର ଆୟୋଜନ କରାଯାଇଥିଲା। ଅହି ଉଛବରେ ପଞ୍ଚାୟତ ସମିତି ର ଉପାଧ୍ୟକ୍ଷ। ଶ୍ରୀମତି , ଭାରତୀ ମହାରଣା ଉପସ୍ଥିତ ଥିଲେ ଖଲ୍ଲିକୋଟ ଗୋଷ୍ଠି ପ୍ରକଳ୍ପ ପରିଚାଳକ( BPM ), ଓଡ଼ିଶା ଜୀବିକା ମିଶନ ଶ୍ରୀ ବିମଳ କୁମାର ରାୟଗୁରୁ ସଂଯୋଜନା କରିଥିଲେ , ବ୍ଲକ ଜୀବନ ଜୀବିକା

ସଂଚାଳକ( BLC ) ଶ୍ରୀ ଅନଙ୍ଗ ସେନ ତାଡ଼, ମାନସୀ ବେହେରା ,ଓ କାଞ୍ଚନ ବଳା ନାୟକ ଯୋଗ ଦେଇ SHG ସଦସ୍ୟ ମାନେ ସରକାରଙ୍କ ବିଭିନ୍ନ ଜୀବନ ଜୀବିକା ପ୍ରୋତ୍ସନା ଓ ମହାସଂଘ ରୁ ଓ ବ୍ୟାଙ୍କ୍ ରୁ ମିଳୁଥିବା ଋଣ ଓ କୌଶଳ ବିକାଶ , ମଜୁରୀ ଓ ବ୍ୟକ୍ତିଗତ ରୋଜଗାର ଓ ବିଭିନ୍ନ ବିଭାଗରୁ ମିଳୁଥିବା ବୈଷୟିକ ସହାୟତା କୁ ଭିତି କରି କିଭଳି ଜଣେ SHG ମହିଳା କୁ ବାର୍ଷିକ ଏକଲକ୍ଷ ରୋଜଗାର କ୍ଷମ କରିହେବ ସେ ବିଷୟରେ ଉପସ୍ଥିତ SHG ସଦ୍ୟସ୍ୟା ମାନଙ୍କୁ ବୁଝାଇଥିଲେ।

ଅହି କାର୍ଯକ୍ରମ ରେ ଉପସ୍ଥିତ ଥିବା ସଦସ୍ୟ ଭିତରୁ ୬୦ ଜଣ ଲକ୍ଷପତି ଦିଦି ଗୋଷ୍ଠି ସାଧନ କର୍ମୀ ଓ SHG ସଦସ୍ୟା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଲକ୍ଷ୍ୟ ପତି ଦିଦି ମାନେ ସେମାନଙ୍କର ଜୀବନ ଜୀବିକାର ଉତ୍ସ ଓ ଆୟର ମାଧ୍ୟମ ବିଷୟ ରେ ଜଣାଇଥିଲେ ।ଉକ୍ତ କାର୍ଯକ୍ରମ ରେ ସମ୍ମାନନୀୟ ପ୍ରଧାନ ମନ୍ତ୍ରୀ ଙ୍କ live telekast ପ୍ରଦର୍ଶନ କରାଯାଇଥିଲା । ପ୍ରତି ମହାସଂଘ ରୁ ସଭାନେତ୍ରୀ ମାନେ ଉପସ୍ଥିତ ଥିଲେ ଓ lakhpati ଦିଦି ମାନଙ୍କୁ ସମ୍ମାନିତ କରିଥିଲେ।(ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ)