ଖଲ୍ଲିକୋଟ : 2/3 ଶୁକ୍ରବାର ଦିନ ଖଲ୍ଲିକୋଟ ସ୍ଥିତ ସର୍ବ ପୁରାତନ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ରେ ଏକ ଭବ୍ୟ ଚିତ୍ର ପ୍ରଦର୍ଶନୀ ଓ ବାର୍ଷିକ ଉତ୍ସବ ସହ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତ ବିଭାଗ ନିର୍ଦେଶକ ଦିଲ୍ଲୀପ କୁମାର ରାଉତରାୟ ଉକ୍ତ କଳା ମହାବିଦ୍ୟାଳୟ ର ପିଲାଙ୍କ ଦ୍ୱାରା ଆୟୋଜିତ ଚିତ୍ର କଳା ପ୍ରଦର୍ଶନୀ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ

|ଉକ୍ତ ସର୍ବମାନ୍ୟ କଳା ମହାବିଦ୍ୟାଳୟ ରୁ ବିଭିନ୍ନ ମୌଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉଛି |ଉକ୍ତ କଳା ମହାବିଦ୍ୟାଳୟ ରେ କଳା ରେ ସ୍ନାତକୋତ୍ତର ବିଭାଗ ଖୋଲିବା ଓ ଏହି ଅନୁଷ୍ଠାନ କୁ ଏକ ହେରିଟେଜ ଭାବେ ଘୋଷଣା କରିବା ଓ ଖାଲି ଥିବା ଅଧ୍ୟାପକ ଓ ଅନ୍ୟାନ୍ୟ ପଦବୀ ପୂରଣ ଓ କଳା ମହାବିଦ୍ୟାଳୟ ରୁ ବାହାରୁ ଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ନିଯୁକ୍ତି ସମ୍ପର୍କ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇ ଏ ନେଇ ବିଚାର ବିମର୍ଶ ଚାଲିଛି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ନିର୍ଦେଶକ ଶ୍ରୀ ରାଉତରାୟ ପ୍ରକାଶ କରିଥିଲେ |ଅନୁଷ୍ଠାନ ପରିସର ରେ ମହାବିଦ୍ୟାଳୟ ଅଧକ୍ଷ ପ୍ରମୋଦ କୁମାର ମଲ୍ଲିକ ଙ୍କ ଅଧକ୍ଷତା ରେ ଆୟୋଜିତ ବାର୍ଷିକ ଉତ୍ସବ ରେ ଯୋଗ ଦେଇ ମୁଖ୍ୟ ଅତିଥି ଖଲ୍ଲିକୋଟ ରେ କଳା ମହାବିଦ୍ୟାଳୟ ର ନୈସର୍ଗିକ ଶୋଭା ସମସ୍ତଙ୍କୁ ଆନମନା କରିବ| ଅନୁଷ୍ଠାନ ଛାତ୍ରଛାତ୍ରୀ ମାନେ ଆଗରୁ ସାରା ଭାରତ ଓ ଆନ୍ତର୍ଜାତିକ ସ୍ତର ରେ ଖ୍ୟାତି ଅର୍ଜନ କରିଛି ତେଣୁ ସେମାନଙ୍କ ପଦାଙ୍କ ଅନୁସରଣ କରି କରି କଳା ସାଧନା କୁ ଜାରି ରଖି ଆତ୍ମ ନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ |ଏ ଉପଲକ୍ଷେ ଅନୁଷ୍ଠାନ ର ଏକ ସ୍ମରଣିକା ଉନ୍ମୋଚନ କରିଥିଲେ |

ଅନୁଷ୍ଠାନ ର ପୁରାତନ ଛାତ୍ରୀ ବର୍ଷିଆନ କବୟିତ୍ରୀ ଓ ଚିତ୍ରଶୀଳ୍ପୀ ଶ୍ରୀମତୀ ବସନ୍ତ ମଞ୍ଜରୀ ସାମନ୍ତ କୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା | ଚିତ୍ର ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଅଂଶ ଗ୍ରହଣ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା |ପ୍ରାକ୍ତନ ଅଧ୍ୟାପକ ଶୀଳ୍ପୀ ସମ୍ରାଟ ପଞ୍ଚାନନ ସୁର, ବିଜୟ ମହାପାତ୍ର ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଓ କଳାକାର ଙ୍କ ସମେତ କଲେଜ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
