ଆସିକା,୨୦/୧ (ଶକ୍ତି ପ୍ରସାଦ କର) ଶନିବାର ଆସିକା ବ୍ଳକ ଖାରିଆ ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆସିକା ବିଡ଼ିଓ ଫକିରଚରଣ ପରିଡା ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆସିକା ସାସଂଦ ପ୍ରମିଳା ବିଷୋୟି, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଆସିକା ବ୍ଳକ ଅଧ୍ୟକ୍ଷା ତ୍ରିବେଣୀ ନାହକ,ବ୍ଳକ ଉପ ଅଧ୍ୟକ୍ଷା ଡି.ରେସମା ଦୋରା, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସାହୁ,ସମିତିସଭ୍ୟା ସୋଦାମିନି ନାହକ, ସିଡିପିଓ ଭାଗ୍ୟଲତା ପାତ୍ର, ବରିଷ୍ଟ ବିଜେଡି ନେତା ଭଗବାନ ସାହୁ, ଗଞ୍ଜାମ ଜୋନ ଯୁବ ସଭାପତି ନଚିକେତା ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ବି.ମନୋଜ ଦୋରା, ତନ୍ମମୟୀ ନାହକ ଯୋଗଦେଇ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା ।

ତାସହ ଖାରିଆ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ରାସନକାର୍ଡ, ମଧୁସୁଦନ ପେନସନ୍ , ପାନୀୟ ଜଳ ଯୋଗାଣ, ବିଜୁସ୍ବାସ୍ଥ୍ୟ ବୀମା ଯୋଜନା ସହ ଆମ ଓଡିଶା ନବୀନ ଓଡିଶାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିବରଣୀ ପାଠ କରାଯାଇଥିଲା ।
