You are currently viewing ଯୁବ ସମାଜସେବୀ ସରୋଜ କୁମାର ବାରିକଙ୍କୁ ସଦର ମାଟିରେ ଶୁଭେଚ୍ଛା
ଯୁବ ସମାଜସେବୀ ସରୋଜ କୁମାର ବାରିକଙ୍କୁ ସଦର ମାଟିରେ ଶୁଭେଚ୍ଛା

କଟକ : କଟକ ସଦର ବୋଧପୁର ପଞ୍ଚାୟତ ଉପକଣ୍ଠ ନାନପୁର ଗ୍ରାମର ଯୁବ ସଙ୍ଗଠକ ସରୋଜ କୁମାର ବାରିକ ନୂଆବଜାର ପୋଲ ତଳୁ ଏକ ମନି ପର୍ସ ପାଇଥିଲେ ଏହି ଘଟଣାକୁ ସିଆରଆରଆଇ ଥାନାରେ ଜଣାଇବା ସହ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିଥିଲେ । ସେହି ପର୍ସରେ ସାତ ହଜାର ଟଙ୍କା ଥିଲା ଏବଂ ଅନ୍ୟାନ୍ୟ କାଗଜ ପତ୍ରଥିଲା । ପରେ ଏହି ପର୍ସ ନୂଆବଜାର ଅଂଚଳର ସୁଶାନ୍ତ କୁମାର ପ୍ରଧାନଙ୍କ ଜଣା ପଡ଼ିବାରୁ ତାଂକୁ ଯୋଗାଯୋଗ କରି ଦିଆ ଯାଇଥିଲା । ଯୁବ ସମାଜସେବୀ ସରୋଜଙ୍କ ଏପରି ସାଧୁତା ତଥା ମହାନତାକୁ ସବୁଠି ଉଚ୍ଚ ପ୍ରଶଂସା କରାଯିବା ସହ ଶିକ୍ଷାବିତ୍ ବିମଳ କୁମାର ପଣ୍ଡା,ପଣ୍ଡିତ ହୃଦାନନ୍ଦ ହୋତା,ତ୍ରିନାଥ ବେହେରା,ଅଶୋକ ଭୋଇ,କାଳୀ କିଙ୍କର ପାଇକ,ପରିବେଶବିତ୍ ଦେଵୀ ପ୍ରାସାଦ ପତି,ସମୀର କୁମାର ସେନାପତି,ଜୟନ୍ତ ଦାସ,ସଙ୍ଗଠକ ପୀୟୂଷ ରଞ୍ଜନ ପରିଡ଼ା ପ୍ରମୁଖ ତାଂକୁ ଧନ୍ୟବାଦ ଜଣାଇବା ସହ ସାଧୁତା ସମ୍ମାନ – ୨୦୨୪ ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି ।