You are currently viewing ନ୍ୟାସନାଲ ୟୁଥ ବ୍ରିଲ୍ଲିଆନ୍ସ ଆୱାର୍ଡ- ୨୦୨୩ (National Youth Brilliance) ପାଇଲେ ଯୁବ ସମାଜସେବୀ ପ୍ରକାଶ ଚନ୍ଦ୍ର ମହାପାତ୍ର ।
ନ୍ୟାସନାଲ ୟୁଥ ବ୍ରିଲ୍ଲିଆନ୍ସ ଆୱାର୍ଡ- ୨୦୨୩ (National Youth Brilliance) ପାଇଲେ ଯୁବ ସମାଜସେବୀ ପ୍ରକାଶ ଚନ୍ଦ୍ର ମହାପାତ୍ର ।

କଟକ : ଦିଲ୍ଲୀ କନ୍ୟାଦାନ ଫାଉଣ୍ଡେସନ ତରଫରୁ ନାସନାଲ ୟୁଥ ବ୍ରିଲ୍ଲିଆନ୍ସ ଆୱାର୍ଡ ପାଇଲେ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଗୁଣ୍ଡୁରୀଲୋଚା ଗ୍ରାମର ରଂଜିତ ମହାପାତ୍ର ଓ ଆରତୀ ମହାପାତ୍ରଙ୍କ ସୁପୁତ୍ର ପ୍ରକାଶ ଚନ୍ଦ୍ର ମହାପାତ୍ର | କନ୍ୟାଦାନ ଫାଉଣ୍ଡେସନ ଭାରତର ୨୭ ଯୁବକଙ୍କୁ ସମାଜସେବାରେ ଉତ୍କୃଷ୍ଟ କାର୍ଯ୍ୟପାଇଁ ଏହି ସଂମାନ ପ୍ରଦାନ କରିଥିବା ବେଳେ ଓଡିଶାରୁ ପ୍ରକାଶଙ୍କୁ ଏହି ସଂମାନ ମିଳିଛି | ଏହି କାର୍ଯ୍ୟକ୍ରମ ଦିଲ୍ଲୀ,କାଲିବରୀ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଅଭିନେତା, ଗାୟକ ତଥା ଉତ୍ତର ଦିଲ୍ଲୀ ସାଂସଦ ମନଜୋ ତିୱାରୀ ସମସ୍ତଙ୍କୁ ସମ୍ମାନ ପ୍ରଦାନ କରିଥିଲେ | ଛାତ୍ର ଜୀବନରୁ ସମାଜ ସେବାରେ ବ୍ରତୀ ହୋଇଥିବା ୨୬ ବର୍ଷୀୟ ପ୍ରକାଶ ୩୩ ଥର ବ୍ଲଡ଼ ଏବଂ ୪ଥର ଏସଡିପି (single donar platelate)ଦାନ କରିସାରିଲେଣି |ଏଥି ସହ କୋରାନା ମହାମାରୀ ସମୟରେ ସମ୍ମୁଖରେ ରହି ସେବା ଯୋଗାଇଛନ୍ତି ଏଥି ସହ ଓଡ଼ିଶା ରେ ମହାରାଷ୍ଟ୍ରର ଫାସିଥିବା ୬୦ ପ୍ରବାସୀଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ସହ ସେମାଙ୍କ ଫେରିବା ପାଇଁ ଟିକେଟର ବ୍ୟବସ୍ଥା କରିଥିଲେ |ପ୍ରକାଶ ଏଵେ ଯାଏ ଶତାଧିକ ରକ୍ତଦାନ ଶିବର ଆୟୋଜନ କରିବା ସହ ଯୁବ ଚେତନା ଶିବିରର ଆୟୋଜନ ,ପରିବେଶ ସୁରକ୍ଷା, ବିଭିନ୍ନ ସେଚେତନେତା କାର୍ଯ୍ୟକ୍ରମ,ଆପତ କାଳୀନ ପରିସ୍ଥିତିରେ ସମାଜକୁ ସହଯୋଗ,ଯୋଗ ଆଦିର ପ୍ରଚାର ପ୍ରସାର ଫୋନୀ ଆଦି ପ୍ରକୃତିକ ବିପର୍ଯୟ ରେ ଆଗକୁ ଆସି ଅଳ୍ପ ବୟସରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି |ତାଙ୍କର ଏହି ଉଲେଖନୀୟ କୃତିତ୍ୱ ପାଇଁ ପୂର୍ବରୁ ୟଙ୍ଗିସ୍ଥାନ ଫାଉଣ୍ଡେସନ, ମୁମ୍ବାଇ ତରଫରୁ ପ୍ରାଇଡ ଅଫ ୟଙ୍ଗ ହିନ୍ଦୁସ୍ତାନ ଆୱାର୍ଡ,ପ୍ରବାସୀ ଓଡ଼ିଆ ଅଭିଯାନ ମୁମ୍ବାଇ,ସିୱାଇ ଏସଡ଼ି ଭୁବନେଶ୍ୱର,ବିଜୟାନନ୍ଦ ଯୁବ ପରିଷଦ ସାଲେପୁର,ବିଷ୍ଣୁପ୍ରିୟା ଚାରିଟେବଲ ଟ୍ରଷ୍ଟ ଏବଂ ନେତାଜୀ ପରିଷଦ ଆଜି ସଂଗଠନ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଦଧିଚି ସଂମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି | ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ମଧ୍ୟ୍ୟ ଏନସିସି, ଏନଏସଏସ,ଷ୍ଟୁଡେଣ୍ଟ ଟ୍ରାଫିକ ଭୋଲୁଣ୍ଟିୟର,ରେଡକ୍ରସ,ଏନୱାଇପି ଆଦି ସଂଗଠନରେ ନିଜକୁ ସାମିଲ କରି ବିଭିନ୍ନ ସେବା କାର୍ଯ୍ୟକ୍ରମ କରିବା ସହ ସମାଜରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି |