ଭାଟକୁମରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ “ସ୍ୱଚ୍ଛତା ହିଁ ସେବା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥିରେ ଭାଟକୁମରଡା ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମକର୍ତ୍ତାଙ୍କ ସହ ଅରୁଣା (N.G.O ),ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ ଭାଟକୁମରଡ଼ା ଗ୍ରାମ ପରିକ୍ରମା ସହ” ସ୍ୱଚ୍ଛତା ହିଁ ସେବା “ର ସଚେତନତା ର ବାର୍ତ୍ତା ଦେଇଥିଲେ ତା ସହିତ ସାମୁହିକ ସଫେଇ କାର୍ଯ୍ୟକ୍ରମ ମଧ୍ୟ ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥିଲା |

ଏହି କାର୍ଯ୍ୟକ୍ରମ ରେ ଭାଟକୁମାରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ମନୋଜ କୁମାର ଦାସ,ନମିତା ପାତ୍ର (P. H. E. O) ରାଧାକୃଷ୍ଣ ସାବତ (B. P. M), ଲିଙ୍ଗରାଜ ବେହେରା, ଅରୁଣା ସଂଗଠନ ର ଜୋନାଲ ସୁପରଭାଇଜର ସନ୍ତୋଷ ପଣ୍ଡା, ଅଲେଖ ରାଉଳ, ରିଙ୍କି ବେହେରା, ହର୍ଷମୟୀ ବେହେରା ଙ୍କ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମ ରେ “ସ୍ୱଚ୍ଛତା ହିଁ ସେବା “ଉପରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା |

ଏହି ପ୍ରତିଯୋଗିତାରେ ସନ୍ତୋଷୀ ବେହେରା(ପ୍ରଥମ ), ସୃତି ବେହେରା (ଦ୍ଵିତୀୟ ), କୁସୁମ ବେହେରା (ତୃତୀୟ )ସ୍ଥାନରେ ରହିଥିଲେ |ଡା ମନୋଜ କୁମାର ଦାସ ସ୍ୱଚ୍ଛତା ଉପରେ ସଚେତନତା ର ବାର୍ତ୍ତା ଦେବା ସହ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ |.

ରିପୋର୍ଟ ପ୍ରସନ୍ନ କୁମାର ଦାସ
