ଖଲ୍ଲିକୋଟ ; 14/12 ଆଗାମୀ 2024 ସାଧାରଣ ନିର୍ବାଚନ ନିକଟତର ହୋଇ ଆସୁଥିବା ବେଳେ ବିଜେଡ଼ି ଆଶାୟୀ ପାର୍ଥି ମାନଙ୍କ ମଧ୍ୟରେ ତୀବ୍ର ଭାବେ ଛକା ପଞ୍ଝା ଆରମ୍ଭ ହୋଇ ଯାଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମ ବୁଲି ଲୋକ ସମ୍ପର୍କ ମାଧ୍ୟମ ରେ ଭୋଟର ମାନଙ୍କ ମନ ଜିଣିବା ପାଇଁ ପ୍ରୟାସ ଜାରୀ ରଖଥିବା ଜଣାପଡିଛି | ସେହିପରି ବିଜେଡ଼ି ର ଅନ୍ୟତମ ଆଶାୟୀ ପାର୍ଥି ଖଲ୍ଲିକୋଟ ଏନ ଏ ସି ନଗରପାଳ ଇଂ ନିରଞ୍ଜନ ବେହେରା ଈତି ମଧ୍ୟରେ ଖଲ୍ଲିକୋଟ ବ୍ଲକ 29 ଗୋଟି ପଂଚାୟତ ଦୁ ପ୍ରାୟ 28 ଗୋଟି ପଂଚାୟତ ବୁଲି ଖଲ୍ଲିକୋଟ ରାଣୀ ସୁଜ୍ଞାନୀ କୁମାରୀ ଦେଓ ଙ୍କ ସମର୍ଥକ ମାନଙ୍କୁ ଭେଟି ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ବାର୍ତା ପ୍ରଚାର କରି ଲୋକ ଙ୍କ ବିଭନ୍ନ ସମସ୍ୟା କୁ ବୁଝୁ ଥିବା ଦେଖିବାକୁ ମିଳିଛି | ଗତକାଲି ଖଲ୍ଲିକୋଟ ବ୍ଲକ ର ବଧି ନୂଆପଲ୍ଲୀ ପଂଚାୟତ ର କେନ୍ଦୁପାଟ, ମାନପଲ୍ଲୀ, ଘୁମୁସର, କେନ୍ଦୁବାଦୀ ପଭୃତି ଗ୍ରାମ ବୁଲି ଲୋକଙ୍କ ମୌଳିକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ |

ଉକ୍ତ ପଂଚାୟତ ପରିକ୍ରମା ବସଲେ ବ୍ଲକ ର ପୂର୍ବତନ ସରପଞ୍ଚ ବାସୁଦେବ ରାଉତ,ବୃନ୍ଦାବନ ଗୌଡ଼ ରମଣ ରାଉତ, ସୁଶାନ୍ତ ରାଉତ ସମେତ ଗ୍ରାମର ବହୁ ମହିଳା ଓ ବୁଢୀନିବି ମାନେ ଲୋକ ସମ୍ପର୍କ ଯାତ୍ରା ରେ ସାମିଲ ହୋଇ ଆଗାମୀ ଦିନ ରେ ବିଜେଡ଼ି ସଂଗଠନ କୁ ଦୃଢ଼ କରିବା ପାଇଁ ଶପଥ ନେଇଥିବା ପ୍ରକାଶ |
(ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ )
