You are currently viewing କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟରେ ପରିଚାଳନା ପାରିଷଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟରେ ପରିଚାଳନା ପାରିଷଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବେଲଗୁଣ୍ଠା,20/07, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ନୂତନ ପରିଚାଳନା ପାରିଷଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଭର୍ଣ୍ଣିଂ ବଡିର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆସିକା ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପରିଚାଳନା ପରିଷଦ ସଦସ୍ୟ ତଥା ବଡ଼ ବୋର୍ସିଂଗ୍ ସରପଞ୍ଚ ରାମେଶ୍ଵର ପାତ୍ର ଏବଂ କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ ଉପସ୍ଥିତ ଥିଲେ I ମହାବିଦ୍ୟାଳୟ ତରଫରୁ ନୂତନ ଗଭର୍ଣ୍ଣିଂ ବଡି ସଭାପତି ଶ୍ରୀ ସ୍ୱାଇଁଙ୍କ ସମେତ ପରିଚାଳନା ପରିଷଦ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ I ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I
ରିପୋର୍ଟ -ଶିବରାମ ଚୌଧୁରୀ