You are currently viewing ରାଜପଥ ପାଇଁ ଡେଙ୍ଗାଉସ୍ତା ବଜାର ଉଚ୍ଛେଦଥଇଥାନ ପାଇଁ ତହସିଲଦାରଙ୍କୁ ଦାବୀପତ୍ର ଦେଲେ ଉଠାଦୋକାନୀ।
ରାଜପଥ ପାଇଁ ଡେଙ୍ଗାଉସ୍ତା ବଜାର ଉଚ୍ଛେଦଥଇଥାନ ପାଇଁ ତହସିଲଦାରଙ୍କୁ ଦାବୀପତ୍ର ଦେଲେ ଉଠାଦୋକାନୀ।

ସାନଖେମୁଣ୍ଡି ୨୫/୪ : ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ସିଙ୍ଗିପୁର ପଂଚାୟତର ରତ୍ନମଣିପୁର ଗ୍ରାମର ୪୦ ରୁ ଉର୍ଦ୍ଧ୍ବ କ୍ଷୁଦ୍ର ବ୍ୟବସାୟୀଙ୍କ ଦୋକାନ ଗୃହ ଓ ଉଠା ଦୋକାନ ଗୁଡ଼ିକୁ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଚ୍ଛେଦ କରାଯାଇଛି ।ଗଞ୍ଜାମ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥକୁ ସମ୍ପ୍ରସାରଣ ନିମିତ୍ତ ସାନଖେମୁଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଡେଙ୍ଗାଉସ୍ତା ଠାରେ ଦୋକାନ ଗୃହ ଭଙ୍ଗାଯାଇଥିଲା ବେଳେ ଦୀର୍ଘ ୪୦ ବର୍ଷ ଧରି ଉକ୍ତ ସ୍ଥାନରେ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ରତ୍ନମଣିପୁର ଗ୍ରାମର ୪୦ ପରିବାର କ୍ଷତିଗ୍ରସ୍ତ ହେବା ସହ ଜୀବିକା ହରାଇ ବସିଛନ୍ତି।

ତେବେ କ୍ଷତିଗ୍ରସ୍ତ ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଥଇଥାନ ଓ ବିକଳ୍ପ ସ୍ଥାନରେ ବ୍ୟବସାୟ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ହୋଇନାହିଁ। ଦେଙ୍ଗାଉସ୍ତା ବଜାରରେ ପଥପାର୍ଶ୍ଵ ଦୋକାନ ଗୃହ ଉଚ୍ଛେଦ ଯୋଗୁଁ କ୍ଷତିଗ୍ରସ୍ତ ରତ୍ନମଣିପୁର ଗ୍ରାମର ୪୦ ଜଣ ବ୍ୟବସାୟୀ ଆଜି ବ୍ୟବସାୟ ପାଇଁ ବିକଳ୍ପ ସରକାରି ଜମି ପ୍ରଦାନ ପାଇଁ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ଲିଖିତ ନିବେଦନ କରିଛନ୍ତି। ଜୀବିକା ନିର୍ବାହ ପରିବାର ପ୍ରତିପୋଷଣ କୁ ଦୃଷ୍ଟିରେ ରଖି ଉଚ୍ଛେଦ କଟାଯାଇଥିବା ଉଠା ଦୋକାନୀଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ଅନୁରୋଧ କରିଛନ୍ତି। ଜୟରାମ ସେଠି ସୁଶାନ୍ତ ମହାଙ୍କୁଡ ଦେବରାଜ ସାହୁ ଗୋପାଳକୃଷ୍ଣ ବେବର୍ତ୍ତା ନାରାୟଣ ସାହୁ ଶ୍ରୀକାନ୍ତ ସାହୁ ଚତୁରା ସାହୁ ମୁନା ବେହେରା ପ୍ରକାଶ ସାହୁ ରତ୍ନାକର ସାହୁ ସାଗର ସାହୁ ଏସ ପ୍ରଫୁଲ୍ଲ ଦୋରା ରବିନାରାୟଣ ପୃଷ୍ଟି ପ୍ରଭାକର ଦାସ ସନ୍ତୋଷ ସାହୁ ହେମନ୍ତ ସାହୁ ରାଜେନ୍ଦ୍ର ପ୍ରଧାନ ପ୍ରକାଶଚନ୍ଦ୍ର ସାହୁ ହୃଷିକେଶ ସାହୁଙ୍କ ସମେତ ଗ୍ରାମର ସମସ୍ତ କ୍ଷତିଗ୍ରସ୍ତ ଉଠାଦୋକାନୀ ମାନେ ତହସିଲଦାରଙ୍କ ସହ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ।

ରାସ୍ତା ଓ ଯାତାୟତରେ ଅସୁବିଧା ନ କରି ସରକାରି ସ୍ଥାନରେ ବ୍ୟବସାୟ ପାଇଁ ତହସିଲଦାର କ୍ଷତିଗ୍ରସ୍ତ ଦୋକାନୀ ଙ୍କୁ ଆଶ୍ୱାସନା ଦେଇଥିବା ପ୍ରକାଶ।