ଧରାକୋଟ,18/4/24
ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକର ବି ଏଲ ଓ ବା ବୁଥ ସ୍ତରୀୟ ଅଧିକାରୀଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସିଷ୍ଟାଣ୍ଟ ରିଟ ର୍ଣିଂ ଅଫିସର ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି,ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ତଥା ବି ଡି ଓ ଡେନିସ ବେହେରା, ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ,କଲ୍ୟାଣ ଅଧିକାରୀ ଅନିଲ ପ୍ରଧାନ ପ୍ରମୁଖ ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ଥିବା 37 ଜଣ ବି ଏଲ ଓ ଙ୍କୁ ପୋଷ୍ଟାଲ ବେଲଟ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। 85 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି,40 ପ୍ରତିଶତ ରୁ ଅଧିକ ବିକଳାଙ୍ଗ,କୋଭିଡ ଆକ୍ରାନ୍ତ ଭୋଟର,ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଅକ୍ଷମ ସ୍ଥିତି ରେ ଥିବା ବ୍ୟକ୍ତି ଙ୍କ ପାଇଁ ସରକାର କରିଥିବା ପୋଷ୍ଟାଲ ବେଲାଟ ସମ୍ପର୍କରେ ବି ଏଲ ଓ ମାନଙ୍କୁ ଏହି ଅବସରରେ ସୂଚନା ପ୍ରଦାନ କରାଯାଇଥିଲା । ସଂପ୍ରତି ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ପୋଷ୍ଟଲ ବେଲଟ କେନ୍ଦ୍ର ସ୍ଥାପନ କରାଯିବ । ଏହି କେନ୍ଦ୍ରରେ ଜରୁରୀ କାଳୀନ ସେବା ଯୋଗାଇ ଦେଉଥିବା ବିଭାଗର ଯଥା ସ୍ବାସ୍ଥ୍ୟ,ଅଗ୍ନିଶମ ଓ ପାନୀୟ ଜଳ ବିଭାଗର କର୍ମଚାରୀ ମାନେ ମତଦାନ କରିବେ। ଏଥିପାଇଁ ବୁଥ ଅଫିସର ସହ ପୋଲିସ ଫୋର୍ସ ମୁତୟନ କରାଯିବ । ଧରାକୋଟ ବ୍ଲକର 110 ଗୋଟି ବୁଥର ବି ଏଲ ଓ ମାନଙ୍କୁ ତିନୋଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ ।
