You are currently viewing ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋଜ ଦଳାଇଙ୍କୁ ଶନିବାର ଦିନ ବିଦ୍ଯାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ପ୍ରଧାନଶିକ୍ଷକ କୁରେଶୁ ପାତ୍ରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ସଭାରେ ବିଦ୍ଯାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଦଳାଇଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବା ବେଳେ ଆଜି ତାଙ୍କୁ ଉପଢୌକନ ଦିଆଯାଇ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମଧୁବନ କ୍ଳଷ୍ଟର ସିଆରସିସି ବାବୁଲାଲ ନାୟକ , ବିଦ୍ଯାଳୟ ପରିଚାଳନା କମିଟି ଅଧ୍ୟକ୍ଷା ରୀନାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ ଜଣାଇଥିଲେ । ଏଥିସହ ବିଦ୍ଯାଳୟରେ ଅଧ୍ୟୟନରତ ପ୍ରଥମରୁ ପଞ୍ଚମ ଶ୍ରେଣୀର ୬୧ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ମାଗଣା ପୋଷାକ ବଣ୍ଟନ କରାଯାଇଥିଲା । ପରିଶେଷରେ ସହକାରୀ ଶିକ୍ଷକ ରାମକୃଷ୍ଣ ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୱର୍ଡ ସଭ୍ୟ ରାମଚନ୍ଦ୍ର ନାୟକ , ଦେବୀ ପ୍ରସାଦ ରଥ ସମେତ ଅଭିଭାବକ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ( ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା )