ଓଡ଼ିଶା ପୋଲିସ ପକ୍ଷରୁ ମାନ୍ୟବର ଡିଜିପି ୱାବି ଖୁରାନିଆ ଏହି “ଜୁଭେଣ୍ଟିକା” ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଭିଡିଓ କନଫରନେସି ମାଧ୍ୟମ ରେ ଉଦଘାଟନ କରିଛନ୍ତି। ସମଗ୍ର ରାଜ୍ୟ ର ୫୭୮ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି | ସେହିପରି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ ରେ ପୁରୁଷୋତ୍ତମ
ପୁର ଥାନାରେ ମଧ୍ୟ ଥାନା ଅଧିକାରୀ କୁଳମଣୀ ସେଠୀଙ୍କ ତତ୍ୱା ବଧାନ ରେ ଏବଂ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଙ୍କ ସଂଯୋଜନା ରେଏହା ଆରମ୍ଭ ହୋଈ ଥିଲା ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧକ୍ଷା ପିଙ୍କି ବେହେରା ଯୋଗ ଦେଇଥିଲା ବେଳେ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଏହାଙ୍କ ସହ କିଛି ସୁପର ଭାଇଜେର, କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ ଅଙ୍ଗନ ୱାଡି ଶିଶୁ, ଙ୍କ ସହ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ଥାନାର ପୁରୁଷ ଓ ମହିଳା ଷ୍ଟାଫ ଓ କିଛି ବରିଷ୍ଟ ନାଗରିକ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ର ମୁକ୍ଷ୍ୟ ଲକ୍ଷ ହେଉଛି କିଶୋରୀ ବାଳିକା, ଶିଶୁ ମାନଙ୍କ ମନରୁ ଭୟ ଦୂର କରିବା ସହ ଜୁଭେଣ୍ଟିକା ମାଧ୍ୟମରେ ଶିଶୁମାନଙ୍କ ଡିଜିଟାଲ ଅଧିକାର ଓ ଅନଲାଇନ ସୁରକ୍ଷାକୁ ନେଇସଚେତନତା,

ପୋଲିସ ଥାନାରେ ସୁରକ୍ଷିତ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା, ସାଇବର ଅପରାଧ ନେଇ ସଚେତନତା, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ପ୍ରଭୃତି ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଆଇଆଇସି ସେଠୀ କିଭଳି ପୋଲିସ ଆଉ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ସୁସମ୍ପର୍କ ରହି
ପାରିବ, ପୋଲିସକୁ କେହି ଭୟ କରିବେ ନାହିଁ, ନିଜର ବନ୍ଧୁ, ବଡ଼ ଭାଇ, ଭାବି ନିଜ ଅସୁବିଧା ଓ ସମସ୍ୟା କୁ ନିର୍ଦ୍ବନ୍ଦରେ,ନିଶୋଙ୍କଚ ରେ ଥାନାକୁ ଆସି ଖବର ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ସାଇବର ଓ ମୋବାଇଲ ଆପ, ଇଣ୍ଟର ନେଟରେ ହେଉଥିବା ଅପରାଧ ସମ୍ପର୍କରେ ସେ ଭିଡିଓ ଚିତ୍ର ମାଧ୍ୟମରେ ସଚେଚନ କରାଇଥିଲେ। ବିଶେଷ ଭାବରେ ସାଇବର ଠକେଇରୁ ଦୁରେଇ ରହିବା, ବାଲ୍ୟ ବିବାହ ରୋକିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଶେଷରେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ମହିଳା ଶିଶୁ ଡେସ୍କ ଓ ଥାନା କୁ ବୁଲି ସବୁ ଥାନା ଅଧିକାରୀ ଙ୍କ ସହ କଥାବାର୍ତ୍ତା କରି ସେଲଫି ଫୋଟ ଉଠାଇ ଖୁସିରେ ଗୁପ ଚୁପ ଖାଇ ମନ ଆନନ୍ଦ ରେ ଘରକୁ ଫେରିଥିଲେ |

