ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ମିଶନ ଶକ୍ତି କାଫେ କେନ୍ଦ୍ରକୁ ଲୋକାର୍ପଣ କଲେ କବିସୂର୍ଯ୍ୟନଗର ବିଧାୟିକା । ମହିଳା ସଶକ୍ତିକରଣ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏହି ଯୋଜନା ରେ ଆଉ ପାଦେ ଆଗକୁ ଯାଇ ପ୍ରତି ବ୍ଲକରେ ମିଶନ ଶକ୍ତି କାଫେ କେନ୍ଦ୍ର ଖୋଲି ବ୍ଲକ ସ୍ତରୀୟ ସଂଘ କୁ ଦାୟିତ୍ୱ ଦେଇଛନ୍ତି। ଯାହା ଫଳରେ କି ମହିଳା ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ସହ ଆର୍ଥିକ କ୍ଷେତ୍ରରେ ଉର୍ନ୍ନତି ଲାଭ କରିପାରିବି । ଏହି ଉତ୍ସବରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟା କଲ୍ୟାଣୀ ପାତ୍ର, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ,,ବ୍ଲକ ପ୍ରୋଜେକ୍ଟ କୋଡିନେଟର ଦିଲ୍ଲୀପ ବେହେରା,ବି ପି ସି ଜ୍ଞାନ ରଞ୍ଜନ ରାଉତ, ବି ଏଲ ସି ଦେବରାଜ ବେହେରା ଙ୍କ ସମେତ ସରପଞ୍ଚ ସମିତି ସଭ୍ୟ, ବ୍ଲକ କର୍ମଚାରୀ ଓ ମହିଳା ସଂଘ ର ସଦସ୍ୟା ମାନେ ଉପସ୍ଥିତ ଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
