ଦିଗପହଣ୍ଡି ବ୍ଲକ ଏସ. ଟିକରପଡା ପଡା ପଂଚାୟତର ପୋଡା ଖାଲ ଓ ଆଖ ପାଖରେ ଅବସ୍ଥିତ ଛୋଟ ଛୋଟ ଆଦିବାସୀ ଗ୍ରାମରେ ଜଳ ଯୋଗାଣର ଅନେକ ଅସୁବିଧା ଭୋଗ କରୁଛନ୍ତି ଅଂଚଳ ବାସୀ l ପିଇବା ପାଇଁ ସୁଧ ଜଳ ହଉ କି ଚାଷ ଜମି ପାଇଁ ସବୁ କ୍ଷେତ୍ରରେ ସମସ୍ୟା ହଉଥିବାରୁ ଚାଷୀ ମାନେ ଚାଷ କରିପାରୁନାହାନ୍ତି l ଯାହା ଫଳରେ ଚାଷୀ ପରିବାର ନିଜ ଗୁଜୁରାଣ ମେଣ୍ଟାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି l ବହୁ ବାର ପ୍ରତିଶୃତି ଦେଇ ମଧ୍ୟ ପ୍ରଶାସନ ବା ସ୍ଥାନୀୟ ବିଧାୟକ କୌଣସି ପ୍ରତିକାର କରିନାହାନ୍ତି l ଆଜି ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ସେହି ଅଂଚଳରେ ଭ୍ରମଣ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ l ଏଠିକାର ଆଦିବାସୀ ସମ୍ପ୍ରଦାୟର ଚାଷୀ ମାନେ ଧାନ , ମକା ଓ ବିଭିନ୍ନ ପନିପରିବା ଚାଷ କରିଥାନ୍ତି l ଆନିକଟ ହେବା ଦ୍ଵାରା ଆମେ ଉପକୃତ ହେବୁ ବୋଲି ସେଠିକାର ଚାଷୀ ମାନେ କହିଛନ୍ତି l ସେଠି ଥିବା ଏକ ଝରଣା ଉପରେ ଆନିକଟ ବା ଚେକ ଡ୍ୟାମ ଅଂଚଳବାସୀଙ୍କ ସୁଭିଧା ପାଇଁ ଦାବୀ କରିଛନ୍ତି ଶ୍ରୀ ପାଢ଼ୀ l ଚେକ ଡ୍ୟାମ ହେବl ଦ୍ଵାରା ଏସ. ଟିକରପଡା ଓ ଆଖ ପାଖ ଅଞ୍ଚଳ ବାସୀ ଉପକୃତ ହୋଇପାରିବେ l ଏହାର ପ୍ରତିକାର ପାଇଁ ଜଳ ବିଭାଗୀୟ ଯନ୍ତ୍ରୀଙ୍କ ସହ ଶ୍ରୀ ପାଢ଼ୀ ଆଲୋଚନା କରିଛନ୍ତି l ଯଦି ଏହି ଅସୁବିଧା ର ପ୍ରତିକାର ମାସେ ଭିତରେ ନକରାଯାଏ ଆଦିବାସୀଙ୍କ ପକ୍ଷରୁ ବଡ ଆନ୍ଦୋଳନ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି l ଶ୍ରୀ ପାଢ଼ୀ ଙ୍କ ସମେତ ଇଂ ସିପ୍ରା ରାଣୀ ତ୍ରିପାଠୀ, ସୁଧାକର ଗୌଡ଼, ସ୍ଥାନୀୟ ପୂର୍ବତନ ସରପଞ୍ଚ ପ୍ରତିନିଧି ସୁଦାମ ଗୌଡ଼, ସେବକ ଗୌଡ଼ ଓ ଅଂଚଳ ବାସୀ ଉପସ୍ଥିତ ଥିଲେ l

ସିପ୍ରା ରାଣୀ ତ୍ରିପାଠୀ ରିପୋର୍ଟ
