ଖଲ୍ଲିକୋଟ : 12/6 ଗୁରୁବାର ଦିନ ଖଲ୍ଲିକୋଟ ବ୍ଲକ ପଂଚାୟତ ସମିତି ସଭା ଗୃହ ରେ ଆମ ସଂକଳ୍ପ, ନିଶା ନୁହେଁ ଜୀବନ ଶୀର୍ଷକ ଏକ ସଚେତନେତା କର୍ମଶାଳା ଖଲ୍ଲିକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଙ୍କ ପୌରାହିତ୍ୟ ରେ ଅନୁଷ୍ଠତ ହୋଇ ଯାଇଛି | ଆୟୋଜିତ କର୍ମଶାଳା ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ର ଭାରପ୍ରାପ୍ତ ନିରୀକ୍ଷକ ତେଯେସ୍ୱିନୀ ପ୍ରଧାନ ଯୋଗ ଦେଇ ନିଶା ଯୋଗୁଁ ସମାଜରେ ବହୁବିଧ ସମସ୍ୟା ଓ ବିଶୃଙ୍ଖଳା ଉପୁଜିବା ସହ ସୁନା ର ସଂସାର ଛାରଖାର ହୋଇ ସାମାଜିକ ବ୍ୟବସ୍ଥା ବିଶୃଙ୍ଖଳା ଉପୁଜୁଛି |

ତେଣୁ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ର ସଦସ୍ୟ ମାନେ ଆଗକୁ ଆସି ଘର ଘର ବୁଲି ମହିଳା ମାନଙ୍କୁ ସଚେତନ କରାଇବା ସହ ଯୁବକ ଓ ନିଶାଡି ମାନଙ୍କୁ ନିଶା କବଳ ରୁ ରକ୍ଷା କରିବା ସାମାଜିକ ସନ୍ତୁଳନ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ |ଗ୍ରାମାଞ୍ଚଳ ରେ ଚାଲିଥିବା ନିଶା କାରବାର ରୋକିବା ପାଇଁ ପୋଲିସ ଓ ଅବକାରୀ ବିଭାଗ କୁ ସହଯୋଗ ର ହାତ ବଢ଼ିଇବା ପାଇଁ ସୂଚନା ଦେଇଥିଲେ |, ଖଲ୍ଲିକୋଟ ସ୍ଥିତ ନିର୍ମଳଝର ଠାରେ ଥିବା ନିଶାମୁକ୍ତି ଅଭିଯାନ ର ନିର୍ଧେଶକ ପ୍ରିୟବ୍ରତ ରାଉତରାୟ ଯୋଗ ଦେଇ ସମାଜ ରେ ପ୍ରାୟ ଛ ହଜାର ନିଶା ଅଛି ତେଣୁ ସବୁ ନିଶା ଅପେକ୍ଷା ମଦ, ଗଞ୍ଜାଇ, ସିଗାରେଟ ବିଡି ଭଳି ନିଶା ରୁ ମୁକ୍ତ କରpppବା ପାଇଁ ପରିବାର ରୁ ଶିକ୍ଷାନୁଷ୍ଠାନ ସ୍ତର ରୁ କାଉନସିଲିଂ ଆବଶ୍ୟକତା

ରହିଛି |ଗତ 1998 ମସିହାରୁ ଖଲ୍ଲିକୋଟ ନିଶା ମୁକ୍ତି କେନ୍ଦ୍ର ବହୁ ନିଶାଡି ଙ୍କୁ ନିଶାମୁକ୍ତ କରିଛି | ତେଣୁ ମହିଳା ମାନେ ମହିଳା ମାନଙ୍କ ସହଯୋଗ ଆବଶ୍ୟକତା ରହିଛି |ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ଡ଼ି ମାଳେଶ୍ୱର ପାତ୍ର, ସି ଡ଼ି ପି ଓ ବିଜୟାଲକ୍ଷ୍ମୀ ପାଢ଼ୀ ଅବକାରୀ ଏ ଏସ ଆଇ ପିପିଲି ଲଖ୍ମଣ ରାଓ, ହରିହର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |

ଉକ୍ତ ସଚେତନ କାର୍ଯ୍ୟକ୍ରମ ମେ 31 ଠାରୁ ଜୁନ 26 ପର୍ଯ୍ୟନ୍ତ ଚଳିବା ସହ ପୋଷ୍ଟର ବ୍ୟାନେର ଓ ପଂଚାୟତ ସ୍ତରୀୟ ନିଶା ନିବାରଣ କମିଟି କରି ମହିଳା ପି ଆର ଆଇ ସଭ୍ୟ ବୁଦ୍ଧିଜୀବୀ ଓ ସମାଜସେବୀ ଙ୍କୁ ସାମିଲ କରାଯିବ ବୋଲି ଅବକାରୀ ବିଭାଗ କର୍ମକର୍ତା ମାନେ ପ୍ରକାଶ କରିଛନ୍ତି |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋ
